ସୁନ୍ଦରଗଡ଼: କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଇବ ନଦୀରେ ନିଖୋଜ ଥିବା ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର।। ବୁଧବାର ଠାରୁ ନିଖୋଜ ଥିଲେ।
ସୁନ୍ଦରଗଡ଼:୧/୮(ସତ୍ୟାନ୍ୟୁଜ) ବୁଧବାରରୁ କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଇବ୍ ନଦୀରେ ଭାସି ଯାଇ ନିଖୋଜ ଥିବା ଦୁଇ ଯୁବକଙ୍କ ମୃତ ଦେହ ଆଜି ଉଦ୍ଧାର କରା ଯାଇଛି।
ଆଜି ସକାଳ ୭ଟା ରେ ନିଖୋଜ ରୋଶନ ପାଶୱାନ ଙ୍କ ମୃତ ଦେହ ଉଦ୍ଧାର କରାଯାଇ ଥିଲା। ଏବେ କୁକୁରିଡ଼ିହି ନିକଟ ଇବ୍ ନଦୀ ରୁ ଜୟନାରାୟଣ ପାତ୍ର ଙ୍କ ମୃତ ଦେହ ୪୦ ଘଣ୍ଟା ପରେ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୩ ଦିନ ହେଲା ଏହି ଉଦ୍ଧାର କାର୍ଯ୍ୟ ଜାରି ରହି ଥିଲା। ସୂଚନାଯୋଗ୍ୟଯେ ବୁଧବାର ଦିନ
ତିନି ଜଣ ସାଙ୍ଗ ସମ୍ବଲପୁର ଗୋବିନ୍ଦପୁର ଥାନା ବାମଡା ଅଞ୍ଚଳ ରୁ କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ବୁଲି ଆସିଥିଲେ। ଗାଧୋଇବା ବେଳେ ଇବ୍ ନଦୀର ପ୍ରଖର ସ୍ରୋତରେ ୩ ଜଣ ଭାସି ଯାଇଥିଲେ । ଜଣେ ସାଙ୍ଗ ପଥର ଧରି ବଞ୍ଚି ଯାଇଥିବା ବେଳେ ରୋଶନ ଏବଂ ଜୟନାରାୟଣ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଏହି ଦୁଃଖଦ ଘଟଣାରେ ବାମଡା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।