ବଣାଇ : ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଅଭାବନୀୟ ଘଟଣା।। ଜର ହୋଇଥିବା ଶିଶୁ କୁ କୁକୁର କାମୁଡ଼ା ଇଞ୍ଜେକ୍ସନପ୍ରେସକ୍ରାଇବ୍ କରିଥିବା ଅଭିଯୋଗ।

0 256

ବଣାଇ : ୩୧/୭(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଜଣେ ୪ ବର୍ଷର ଶିଶୁକୁ ଜର ହେଉ ଥିବା ବେଳେ ସେ ଡାକ୍ତର ଖାନାକୁ ପ୍ୟାରେଣ୍ଟସ୍ ଙ୍କ ସହ ଚିକିତ୍ସା ପାଇଁ ଆସିଥିଲା। ଡାକ୍ତର ତାଙ୍କୁ ଜର ଔଷଧ ଦେବା ସହ କୁକୁର କାମୁଡା ଆଣ୍ଟି ରାବିସ୍ ଇଞ୍ଜେକ୍ସନ ଦେବାକୁ ଲେଖି ଦେଇଥିଲେ। ପରେ ପରିବାର ଲୋକେ ସରକାରୀ ଔଷଧ ବିତରଣ କେନ୍ଦ୍ରକୁ ଇଞ୍ଜେକ୍ସନ ଆଣିବାକୁ ଯାଇଥିବା ବେଳେ ସେଠାକାର କର୍ମଚାରୀ କୁକୁର କାମୁଡ଼ିଛି କି ବୋଲି ପଚାରି ଥିଲେ। ପରିବାର ଲୋକେ କୁକୁର କାମୁଡିବା କଥା ମନା କରିଥଲେ। ପରେ ଡାକ୍ତରଙ୍କୁ ଏ ବାବଦରେ ପଚାରିବା ବେଳେ ସେ ପୂର୍ବ ପ୍ରେସକ୍ରିପସନ୍ କୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ଏହା ସହ ନୂଆ ପ୍ରେସକ୍ରିପସନ୍ ଡାକ୍ତର ଲେଖିଥିବା କୁହା ଯାଉଛି। ତେବେ ପିଠିରେ କିଛି କାମୁଡ଼ା ଦାଗ ଥିବାରୁ ଆଣ୍ଟି ରାବିସ୍ ଭେକ୍ସିନ୍ ଦିଆ ଯାଇଥିବା ଡ଼ାକ୍ତର କହିଛିନ୍ତି। ଏହି ଘଟଣା ର ସୂଚନା ପାଇ ସୁନ୍ଦରଗଡ଼ ରୁ ବରିଷ୍ଠ ଚିକିତ୍ସା ଅଧିକାରୀ ଆସି ତଦନ୍ତ କରିଛନ୍ତି।

Leave A Reply

Your email address will not be published.