ରାଉରକେଲା : ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ପଣ୍ଡ।। ରେଲୱେ କଲୋନୀ ପାର୍କ ରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କଲେ ପୋଲିସ୍।

0 591

ରାଉରକେଲା: ୩୧/୭(ସତ୍ୟାନ୍ୟୁଜ) ପେଟ୍ରୋଲ ପମ୍ପ ଏବଂ ଅନ୍ୟ ଦୋକାନରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ୫ ଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରିଛି। ଏହି ଦୁର୍ବୃତ୍ତ ମାନେ ରେଲୱେ କଲୋନୀ ରେ ଥିବା ବଡା ପାର୍କ ରେ ଏକତ୍ରିତ ହୋଇ ସହରର ଏକ ପେଟ୍ରୋଲ ପମ୍ପ ରେ ଡକାୟତି କରିବାକୁ ଯୋଜନା କରୁଥିଲେ। ଖବର ପାଇ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ପାର୍କ ରେ ପହଞ୍ଚି ୫ ଜଣ ପେଶାଦାର ଅପରାଧୀ ଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କ ଠାରୁ ଭୁଜାଲି , ଛୁରୀ , ଲୁହା ରଡ଼ ଆଦି ଜବତ କରା ଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ନାଁ ରେ ରାଉରକେଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ପୋଲିସ୍ ସୂଚନା ଦେଇଛି।

Leave A Reply

Your email address will not be published.