ସୁନ୍ଦରଗଡ଼ : କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ପୁଣି ଅଘଟଣ।। ପ୍ରଖର ସ୍ରୋତରେ ଭାସି ଗଲେ ଦୁଇ ଯୁବକ।। ଉଦ୍ଧାର କାର୍ଯ୍ୟ ଜାରି।

0 302

ସୁନ୍ଦରଗଡ଼:୩୦/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଇବ୍ ନଦୀ କନାକୁଣ୍ଡରେ ପୁଣି ଅଘଟଣ । ଗାଧୋଇବା ଯାଇ ଦୁଇ ଜଣ ଯୁବକ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ତଳସରା ଥାନା ବାଲିଶଙ୍କରା ବ୍ଲକ ଘୋଘର ପର୍ଯ୍ୟଟନସ୍ଥଳୀରେ ବୁଧବାର ଦିନ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ତିନି ଯୁବକ ଜୟନାରାୟଣ ପାତ୍ର, ରୋଶନ ପାସୱାନ ଓ ଆକାଶ ସାହୁ କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଆସିଥିଲେ ।
ତିନି ଜଣ ସାଙ୍ଗ ନଦୀରେ ଗାଧାଉଥିବା ସମୟରେ ଗୋଡ ଖସି ଯିବାରୁ ସମସ୍ତେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । କିନ୍ତୁ ଆକାଶ ସାହୁ ପହଁରା ଜାଣିଥିବାରୁ ସେ ବାର୍ତ୍ତିଯାଇଥିଲେ । ରୋସନ ଏବଂ ଜୟନାରାୟଣ ଭାସି ଯାଇ ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ବାଲିଶଙ୍କରା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଛନ୍ତି। ପୂର୍ବରୁ ମଧ୍ୟ ଏହି ସ୍ଥାନରେ ୬ ଜଣଙ୍କର ପାଣିରେ ବୁଡି ପ୍ରାଣ ହାନୀ ଘଟିଛି।

Leave A Reply

Your email address will not be published.