ବଣାଇ : ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବରେ ବଣାଇ ଫରେଷ୍ଟ ରେଞ୍ଜ ବାସୀ ଆତଙ୍କିତ।। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି ଦନ୍ତା।

0 225

ବଣାଇ : ୩୦/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ଦୁଇଟି ଦନ୍ତା ହାତୀଙ୍କ ଆତଙ୍କ ଜାରି ରହିଛି। କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଘର ଭାଙ୍ଗି ଧାନ , ଚାଉଳ ଖାଇ ଯାଉଛନ୍ତି। ଏବେ ବଣାଇ ରେଞ୍ଜ ଅନ୍ତର୍ଗତ ବଡପୋଷ ଗ୍ରାମରେ ହାତୀ ଆତଙ୍କ ଦେଖା ଦେଇଛି। ପୂର୍ବରୁ ଏହି ଅଞ୍ଚଳରେ ଗୋଟିଏ ଦନ୍ତା ବୁଲୁଥିଲା। ଗତକାଲି ଆଉ ଏକ ଗୋଠଛଡ଼ା ଦନ୍ତା ହାତୀ ନଦୀ ପାର ହୋଇ ରାତି ୩ ଟାରେ ଆସି ବଡପୋଷ ଗ୍ରାମର ଟପୋ ସାହିରେ ଶଙ୍କର କିସାନ୍ ଙ୍କ ଘର ଭାଙ୍ଗି ଦେଇଥିଲା। ଏହା ସହ ଧାନ ଚାଉଳ ନଷ୍ଟ କରିଥିବା ଜଣା ପଡିଛି। ଘର କାନ୍ଥ ଭାଙ୍ଗିବା ଦେଖି ଶଙ୍କରଙ୍କ ପରିବାର ଲୋକେ ଭୟଭୀତ ହୋଇ ଘର ସମ୍ମୁଖ ପଟେ ବାହାରି ଦୌଡ଼ି ପଲାଇ ଯାଇ ନିଜ ଜୀବନ ରକ୍ଷା କରିଥିଲେ। କିଛି ଦିନ ପୂର୍ବରୁ ଧରଣୀଧର ପାଲିରେ ଏହି ଦନ୍ତା ରହିଥିଲା। ବନବିଭାଗ ଦ୍ୱାରା ହାତୀଙ୍କୁ ଘଉଡାଇବା ଉଦ୍ୟମ ଜାରି ରହିଥିଲେ ମଧ୍ୟ ପୁଣି ଏହି ଜଙ୍ଗଲରୁ ଫେରି ଆସୁଛନ୍ତି। ଏବେ ଗାଁ ନିକଟରେ ଦୁଇଟି ଦନ୍ତା ଙ୍କ ଉପସ୍ଥିତି ବନବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ।

Leave A Reply

Your email address will not be published.