ରାଉରକେଲା : ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁବୃର୍ତ୍ତ।। ଦୁଇ ଦୁବୃର୍ତ୍ତ କଳା ରଙ୍ଗ ବାଇକ୍ ରେ ଆସି ଲୁଟ୍ କରିଥିବା ସୂଚନା।

0 808

ରାଉରକେଲା:୨୯/୭(ସତ୍ୟାନ୍ୟୁଜ) ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁଇ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ରାଉରକେଲା ମୁଖ୍ୟ ମାର୍ଗରେ। ରେଳ ଷ୍ଟେସନ କୁ ଯାଉଥିବା ରାସ୍ତା ଚୌଧୁରୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଛି ଏହି ଲୁଟ୍। ଜଣେ ବୟସ୍କ ମହିଳା ଶକୁନ୍ତଳା ଦେବୀ ପ୍ରାତଃ ଭ୍ରମଣ ରେ ବାହାରିଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ବାଇକ୍ ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇ ପଳାଇଥିଲେ। ଖବର ପାଇ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଶକୁନ୍ତଳା ଦେବୀଙ୍କ ପୁଅର ୟୁକୋ ବ୍ୟାଙ୍କ ତଳେ ଏକ କପଡା ଦୋକାନ ଅଛି। ସେଠାରେ ଥିବା ସି ସି ଟିଭି ଯାଞ୍ଚ କରି ପୋଲିସ୍ ଅପରାଧୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.