ରାଉରକେଲା : ନୂତନ ଜିଲ୍ଲାପାଳ ଭାବେ ଡକ୍ତର ଶୁଭଙ୍କର ମହାପାତ୍ରଙ୍କ ଦାୟିତ୍ଵ ଗ୍ରହଣ।। ସନ୍ଧ୍ୟାରେ ରାଉରକେଲା ବନ୍ୟାଞ୍ଚଳ ପରିଦର୍ଶନ।

0 216

ସୁନ୍ଦରଗଡ଼ର ନୂତନ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଯୋଗଦାନ
ସୁନ୍ଦରଗଡ଼:୨୭/୦୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଡ଼ା ଶୁଭଙ୍କର ମହାପାତ୍ର ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡ଼ା ମହାପାତ୍ର ହେଉଛନ୍ତି ୨୦୧୮ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ। ଏହା ପୂର୍ବରୁ ଡ଼ା ମହାପାତ୍ର ନବରଙ୍ଗପୁର ଏବଂ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ। ତାହା ପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଭାବେ ମଧ୍ୟ ଅବସ୍ଥାପିତ ରହିଥିଲେ। ଜିଲ୍ଲାପାଳ ଭାବେ ଯୋଗଦାନ ପରେ ଆଜି ସନ୍ଧ୍ୟାରେ ଶ୍ରୀ ମହାପାତ୍ର ରାଉରକେଲାର ବନ୍ୟା ପ୍ଲାବିତ ବାଲୁଘାଟ, ବେଦବ୍ୟାସ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ।
ଆଜି ସୁନ୍ଦରଗଡ଼ରେ ଜିଲ୍ଲାପାଳଙ୍କ ଯୋଗଦାନ ପରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଆଇ ଏ ଏସ ଶିକ୍ଷାନବିଷ ଫାଵୀ ରସିଦ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଡ଼ା ମହାପାତ୍ର ସମସ୍ତ ଅଧିକାରୀ ମାନଂକ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲା କାର୍ଯ୍ୟାଳୟ ବୁଲି ଦେଖିଥିଲେ।

Leave A Reply

Your email address will not be published.