ରାଉରକେଲା : ବାଲୁଘାଟ , ଦଣ୍ଡିଆ ପାଲି , ହମିରପୁର କମିଛି ବନ୍ୟା ଜଳ।। ଏବେ ମଧ୍ୟ ସ୍ଥିତି ସ୍ବଭାବିକ ହୋଇ ନାହିଁ।। ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ।

0 70

ରାଉରକେଲା:୨୭/୭(ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବନ୍ୟା ସ୍ଥିତି ଚିନ୍ତା ଜନକ ହୋଇଛି। ଗତକାଲି ଠାରୁ ରାଉରକେଲା ବାଲୁଘାଟ ,
ଦଣ୍ଡିଆପାଲି , ହମିରପୁର , ଆଦି ଅଞ୍ଚଳର ଲୋକମାନେ ବନ୍ୟା ପାଣି ଘେରରେ ଅଛନ୍ତି। ରାତିରେ ଫାୟାର ଟିମ୍ , ପୋଲିସ୍ , ମହାନଗର ନିଗମ କର୍ମଚାରୀ ମାନେ ବହୁ ପରିଶ୍ରମ କରି ଅନେକ ପରିବାରକୁ ପାଣି ଘେର ମଧ୍ୟରୁ ଉଦ୍ଧାର କରିଛନ୍ତି। ସ୍ଥିତି ଏପରି ହେଲା ଯେ ବାଲୁଘାଟରେ ଫାୟାର ଟିମ୍ କୁ ଉଦ୍ଧାର କାର୍ଯ୍ୟରେ ବୋଟ୍ ବ୍ୟବହାର କରିବାକୁ ପଡ଼ିଥିଲା। କେବଳ ରାଉରକେଲା ନୁହେଁ ସୁନ୍ଦରଗଡ଼ରେ ମଧ୍ୟ ଇବ୍ ନଦୀ ଜଳ ପ୍ରବେଶ କରିଛି। ଆଜି
ଲହୁଣୀପଡ଼ା – ବହାଡ଼ିପୋଷି ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଛି। ଫଳରେ ଉକ୍ତ ରାସ୍ତାରେ ବାରକୋଟ୍ କୁ ଯାତାୟତ ପ୍ରଭାବିତ ହୋଇଛି। ଅନ୍ୟ ପଟେ ହମିରପୁର ଧୋବୀ ବସ୍ତିରେ ମଧ୍ୟ ପାଣି ପଶି ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରା ଯାଇଛି। ବିଧାୟକ ଦୁର୍ଗା ତନ୍ତୀ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଦଣ୍ଡିଆପାଲି ରେ ପାଣି ପଶି ଥିବାରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରା ଯାଇଛି। ସେଠାରେ ବ୍ରାହ୍ମଣୀ ନଦୀ କୂଳରେ ଏକ ଚେକ୍ ଡ଼ାମ୍ କରିବାକୁ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.