ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବନ୍ୟା ବିତ୍ପାତ ଜାରି।। ଭୂସ୍ଖଳନ ହୋଇ ୫୨୦ ନମ୍ୱର୍ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ।।

0 354

ରାଉରକେଲା: ୨୭/୭(ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ ଦେଖା ଦେଇଛି। କେଉଁଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କେଉଁଠି ପାହାଡ ଉପରୁ ମାଟି ଧସି ଯାତାୟତ ବାଧାପ୍ରାପ୍ତ ହେଉଛି। କୋଇଡା ବ୍ଲକ୍ ର ଚୂନା ଘାଟିରେ ଭୂସ୍ଖଳନ ଘଟି ପାହାଡ ଉପରୁ ପଥର ଏବଂ ମାଟି ଅତଡା ଖସି ପଡିଛି। ଫଳରେ ୫୨୦ ନମ୍ୱର୍ ଜାତୀୟ ରାଜପଥରେ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତା କ୍ଲିଅର କରିବାକୁ ଉଦ୍ୟମ କରାଯାଉଛି। ସେହିପରି କୋଇଡା ବ୍ଲକ୍ ର ସୁନା ନଦୀ ରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଗୋପୀ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ପ୍ରାୟ ୫୦ଟି ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି। ବ୍ରାହ୍ମଣୀ ନଦୀ ଫୁଲୁ ଥିବାରୁ ବଣାଇ ବ୍ଲକ ରେ ବନ୍ୟା ବିତ୍ପାତ ଦେଖା ଦେଇଛି। ୧୦ ‘ କ ‘ ରାଜ୍ୟ ରାଜପଥରେ ବନ୍ୟା ପାଣି ଲହଡ଼ି ମାରୁ ଥିବାରୁ ଲଲେଇ – ବାହାଡ଼ା ପଶି ରାସ୍ତାରେ ଯାତାୟତ ବନ୍ଦ ରହିଛି। ଏହି ରାସ୍ତା ଦେଇ ଲୋକମାନେ ଦେବଗଡ଼ , ଅନୁଗୁଳ , ଭୁବନେଶ୍ୱର , ଯାଜପୁର , କେନ୍ଦୁଝର ଯାଇଥାନ୍ତି। ବ୍ରାହ୍ମଣୀ ନଦୀ କୂଳ ଖାଉ ଥିବାରୁ ଜଙ୍ଗଳା ଗାଁ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆବଶ୍ୟକ ପଡିଲେ ଲୋକ ମାନଙ୍କୁ ସ୍ଥାନାନ୍ତର କରା ଯିବ ବୋଲି ପ୍ରଶାସନ କହିଛି। ସେହି ପରି ରାଉରକେଲା ର ବାଲିଘାଟ , ଦଣ୍ଡିଆ ପାଲି ରେ ପଶିଥିବା ବନ୍ୟାଜଳ କମି ଥିଲେ ମଧ୍ୟ ଏବେବି ସ୍ଵାଭାବିକ ଅବସ୍ଥା ଫେରି ନାହିଁ। ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସ୍କୁଲ ଘରେ ଆଶ୍ରୟ ନେବା ବ୍ୟବସ୍ଥା କରାଯିବା ସହ ରନ୍ଧା ଖାଦ୍ୟ ଦିଆ ଯାଉଛି।

Leave A Reply

Your email address will not be published.