ବଣାଇ : ୨୬/୭(ସତ୍ୟାନ୍ୟୁଜ) ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ବଣାଇ ଅଞ୍ଚଳରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ଜାଙ୍ଗଳା – ସିଆଁଜୋର ରାସ୍ତା ବନ୍ୟା ଜଳରେ ବୁଡି ଯାଇଛି।
ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖା ଦେଇଥିବା ବେଳେ ଜାଙ୍ଗଳା ସିଆଁଜୋର୍ ପୂର୍ତ୍ତ ବିଭାଗ ରୋଡ ଉପରେ ପାଣି ଚାଲିଛି। ବ୍ରାହ୍ମଣୀ ନଦୀ ବନ୍ୟା ଜଳ ହଠାତ୍ ପ୍ରବାହିତ ହେବା ଯୋଗୁଁ ପୋଲ ଉପରେ ପାଞ୍ଚ ଫୁଟ ପାଣି ଜମି ରହିଛି। ଫଳରେ ଏହି ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ଆଦି ସ୍ଥାନକୁ ଲୋକ ମାନେ ଯାଇ ଥାଆନ୍ତି। କିନ୍ତୁ ଏବେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି।