ରାଉରକେଲା : ସ୍କୁଟି ରେ ଯାଉଥିବା ବେଳେ ଡ୍ରଗ୍ସ ଚାଲାଣକାରୀ କୁ ଗିରଫ କଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ୍।। ୩୧ ଗ୍ରାମ ହିରୋଇନ୍ ଜବତ।

0 879

ରାଉରକେଲା: ୨୬/୭(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସ୍ ଜଣେ ପେଶାଦାର ଡ୍ରଗ୍ସ ଚାଲାଣକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଠାରୁ ପୋଲିସ୍ ୩୧ ଗ୍ରାମ ହିରୋଇନ୍ ଜବତ କରିଛି। ପ୍ଲାଣ୍ଟସାଇଟ୍ ଥାନା ପୋଲିସ୍ ଆଜି ପେଟ୍ରୋଲିଂ କରୁ ଥିବା ବେଳେ ବଣିଆ ଗେଟ୍ ନିକଟରୁ ଅଭିଯୁକ୍ତ ସୋହେଲ କୁ ଏକ ସ୍କୁଟି ସହ ଅଟକ ରଖି ଥିଲେ। ପରେ ତଲାସୀ ନେବା ବେଳେ ସ୍କୁଟିରେ ଜରିରେ ଗୁଡା ହୋଇ ରହିଥିବା ହିରୋଇନ୍ ଜବତ କରିଥିଲେ। ପୋଲିସ୍ ସୋହେଲ୍ ନିକଟରୁ ଡ୍ରଗ୍ସ ସହ ସ୍କୁଟି , ମୋବାଇଲ ଫୋନ୍ ଆଦି ଜବତ କରିଛି। ଅଭିଯୁକ୍ତ ନାଁ ରେ ପୂର୍ବରୁ ରାଉରକେଲାର ବିଭିନ୍ନ ଥାନାରେ ମାମଲା ରହିଛି।

Leave A Reply

Your email address will not be published.