ରାଉରକେଲା : କାରଗିଲ୍ ବିଜୟ ଦିବସ ରେ ରାଉରକେଲାରେ ତ୍ରିରଙ୍ଗା ମାରାଥନ୍ ର ଆୟୋଜନ।। ବୟସ୍କ ଲୋକଙ୍କ ଠାରୁ ନେଇ କିଶୋର ପର୍ଯ୍ୟନ୍ତ ଯୋଗ ଦେଲେ।

0 229

ରାଉରକେଲା:୨୬/୭(ସତ୍ୟାନ୍ୟୁଜ) ଆଜି କାରଗିଲ୍ ବିଜୟ ଦିବସ। ୧୯୯୯ ମସିହାରେ ଲଦାଖର ଉତ୍ତର କାର୍ଗିଲ ଜିଲ୍ଲାର ପର୍ବତ ଶିଖରରେ ଥିବା ପାକିସ୍ତାନୀ ସେନାକୁ ସେମାନଙ୍କ ଅଧିକୃତ ସ୍ଥାନରୁ ବିତାଡିତ କରିବା ପାଇଁ କାର୍ଗିଲ ଯୁଦ୍ଧରେ ଭାରତ ଦ୍ୱାରା ପାକିସ୍ତାନ ଉପରେ ବିଜୟକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ଦିନ ଭାରତରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ। ପ୍ରାରମ୍ଭରେ, ପାକିସ୍ତାନୀ ସେନା ଯୁଦ୍ଧରେ ସେମାନଙ୍କର ସମ୍ପୃକ୍ତିକୁ ଅସ୍ୱୀକାର କରି ଦାବି କରିଥିଲା ଯେ ଏହା କାଶ୍ମୀରୀ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିଲା। ତଥାପି ମୃତାହତ, ଯୁଦ୍ଧବନ୍ଦୀଙ୍କ ସାକ୍ଷ୍ୟ ଏବଂ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ପାକିସ୍ତାନୀ ସେନା ମୁଖ୍ୟ ପରଭେଜ ମୁଶାରଫଙ୍କ ବୟାନ ଦ୍ୱାରା ଛାଡିଯାଇଥିବା ଦସ୍ତାବିଜ ଜେନେରାଲ ଆଶରଫ ରସିଦଙ୍କ ନେତୃତ୍ୱରେ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀର ସମ୍ପୃକ୍ତିକୁ ସୂଚାଇଥିଲା।
ଆଜି କାର୍ଗିଲ ବିଜୟ ଦିବସକୁ ନେଇ ରାଉରକେଲାରେ ତ୍ରିରଙ୍ଗା ଯାତ୍ରା ସହ ମାରାଥନ୍ ର ଆୟୋଜନ କରାଯାଇଥିଲା। ଦୃତ ଧାବକ ସୁମିତ ସିଂହ ଏବଂ ଅରିଜିନାଲ୍ ପାୱାର କ୍ଲବର ନେତୃତ୍ୱରେ ତ୍ରିରଙ୍ଗା ଦୌଡ଼ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଏବଂ ଧାବକ ଉର୍ମିଳା ଦାସ ଅଂଶଗ୍ରହଣ କରିଥିଲେ। ଏହି ଦୌଡ଼ ରାଉରକେଲାର ବିର୍ସା ମୁଣ୍ଡା ଛକରୁ ଆରମ୍ଭ ହୋଇ ମହାନଗର ନିଗମ ସମ୍ମୁଖସ୍ଥ ସୁଭାଷ ଚନ୍ଦ୍ର ବୋଷ ଫିଟନେସ୍ ପାର୍କରେ ଶେଷ ହୋଇଥିଲା। ଏହି ଅବସରରେ ଉଦିତ ନଗର ପୋଲିସ ଷ୍ଟେସନ୍ ଅଧିକାରୀ ଦିଲୀପ କୁମାର ଲାକ୍ରା, ଟ୍ରାଫିକ୍ ପୋଲିସ ଅଧିକାରୀ ପ୍ରମୋଦ କୁମାର ଭୋଇ ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। କାର୍ଗିଲ ଦିବସ ଅବସରରେ ଅତିଥିମାନଙ୍କ ଦ୍ୱାରା ପିଲାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ଯ ଅତିଥି ରାଉରକେଲା ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ, କାର୍ଗିଲ ବିଜୟ ଦିବସରେ ଏହାର ଆୟୋଜକମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଏହି ତ୍ରିରଙ୍ଗା ଦୌଡ଼ରେ ୭୫ ବର୍ଷର ବୟସ୍କ ଲୋକଙ୍କ ଠାରୁ ନେଇ ଯୁବକ ମାନେ ଅଂଶଗ୍ରହଣ କରିଥିଲେ। ଦୌଡ଼ରେ ବିର୍ସା ମୁଣ୍ଡା ଷ୍ଟାଡିୟମ, ରାଉରକେଲା ଫିଜିକାଲ୍ ଏକାଡେମୀ, ଅଲିମ୍ ଫିଜିକାଲ୍ ଏକାଡେମୀର ଖେଳାଳିମାନେ ଭାଗ ନେଇଥିଲେ।

Leave A Reply

Your email address will not be published.