ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ୍ ରେ ପଶିଲା ଇବ୍ ନଦୀ ବନ୍ୟା ଜଳ।।୧ ନମ୍ୱର୍ ୱାର୍ଡ ଜଳାର୍ଣବ।। ୧୦ ବର୍ଷ ପରେ ଏପରି ସ୍ଥିତି ଦେଖା ଦେଇଛି।

0 416

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ପଶିଲା ବନ୍ୟା ଜଳ। ସୁନ୍ଦରଗଡ଼ ପୌରପାଳିକା ୧ ନମ୍ୱର୍ ୱାର୍ଡ ରାଣୀ ବଗିଚାରେ ଆଜି ପଶିଛି ଇବ୍ ନଦୀର ବନ୍ୟାଜଳ । ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଇବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ରାଣୀ ବଗିଚା ସମେତ ପିଏଚଡି ପମ୍ପ ହାଉସ ଏବଂ ଜଳ ବିଶୋଧନାଗାର ରେ ପଶିଛି ବନ୍ୟା ଜଳ । ଉପର ମୁଣ୍ଡ ଛତିଶଗଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଇବ ନଦୀ ର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୁନ୍ଦରଗଡ଼ ସୀମାନ୍ତ ସମଡମା ଵ୍ୟାରେଜ୍ ର ସମସ୍ତ
୪୦ ଟି ଗେଟ ଖୋଲି ଦେବା ଫଳରେ ଇବ ନଦୀ ଜଳସ୍ତର ବୃଦ୍ଧି ପାଇଛି । ୨୦୧୫ ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ଯୋଗୁଁ ରାଣୀ ବଗିଚା ସମେତ ତଳି ଅଞ୍ଚଳ ଗୁଡିକ ବନ୍ୟା ଜଳରେ ବୁଡି ଯାଇଥିଲା । ୧୦ ବର୍ଷ ପରେ ସୁନ୍ଦରଗଡ଼ ରେ ଏପରି ସ୍ଥିତି ପୁଣି ଥରେ ଦେଖିବାକୁ ମିଳିଛି । ପୌରପାଳିକା ପକ୍ଷରୁ ଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.