ବଣାଇ : ଗଛରେ ପିଟି ହୋଇ ଗଲା ବାଇକ୍।। ଜଣେ ମୃତ , ଜଣେ ଗୁରୁତର।। ତିକାୟତ ପାଲି ଥାନା ଲାଇମୁରା ଠାରେ ଦୁର୍ଘଟଣା।

0 977

ବଣାଇ : ୨୫/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ଲଇମୁରା ଠାରେ ଗଛରେ ପିଟି ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି l ଆଜି ସନ୍ଧ୍ୟା ୫ଟା ସମୟରେ ଲଇମୁରା ଠାରେ କୌଣସି କାର୍ଯ୍ୟ ପାଇଁ ଦୁଇ ଜଣ ବ୍ୟକ୍ତି ବାଇକ୍ ଯୋଗେ ଆସୁଥିଲେ l ସମ୍ମୁଖରେ ଥିବା ଗଛରେ ପିଟି ହୋଇ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ l ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ l ଗୁରୁତର ବ୍ୟକ୍ତିଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ଅଧିକ ଚିକିତ୍ସା ଲାଗି ପଠା ଯାଇଛି l ମୃତ ଏବଂ ଗୁରୁତର ବ୍ୟକ୍ତି ଙ୍କ ପରିଚୟ ମିଳିପାରିନି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି l

Leave A Reply

Your email address will not be published.