କୋରାପୁଟ : ବନ ବିଭାଗ ରେଞ୍ଜର ଙ୍କ ଘରୁ ୧ କୋଟି ୪୩ ଲକ୍ଷ ଟଙ୍କା ସହ ଦେଢ଼ କେଜି ସୁନା ଜବତ।। ବ୍ୟାଙ୍କରେ ଅଛି ୧ କୋଟି ୩୨ ଲକ୍ଷ।

0 279

କୋରାପୁଟ:୨୫/୭(ସତ୍ୟାନ୍ୟୁଜ) କୋରାପୁଟ ଜିଲ୍ଲା ଜୟପୁର ବନ ବିଭାଗର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ବିଭାଗ ରେଡ୍ ରେ ବିପୁଳ ସଂପତ୍ତି ଠାବ ହୋଇଛି। ଯୁଆଡ଼େ ଦେଖିବ ଟଙ୍କା ହିଁ ଟଙ୍କା। ଅମାପ ସୁନା ଗହଣା। ଘରେ ବିଡା ବିଡା ଟଙ୍କା। ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ବିପୁଳ ଟଙ୍କା। ଚଢ଼ାଉରେ ଘରୁ ଏକ ସିକ୍ରେଟ ଚ୍ୟାମ୍ୱର୍ ରୁ ୧ କୋଟି ୪୩ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ ଅଛି
୧ କୋଟି ୩୨ ଲକ୍ଷ ଟଙ୍କା । ୪ଟି ବ୍ୟାଙ୍କରେ ଥିବା ୧୦ଟି ଆକାଉଣ୍ଟରେ ଅଛି ୧ କୋଟି ୩୨ ଲକ୍ଷ ଟଙ୍କା। ଘରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସହ ଦେଢ଼ କେଜି ସୁନା , ୪ କେଜି ରୁପା ଜବତ ହୋଇଛି। ସୁନା ଗହଣା ସହ ସୁନା ବିସ୍କୁଟ , ସୁନା କଏନ୍ ଆଦି ଜବତ ହୋଇଛି। ରେଞ୍ଜର ରାମଚନ୍ଦ୍ର ନେପାକ ଡିସେମ୍ବର ମାସରେ ଅବସର ନେବାକୁ ଥିବା ବେଳେ ଆଜି ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଏବେ ମଧ୍ୟ ଚଢାଉ ଜାରି ରହିଛି।

Leave A Reply

Your email address will not be published.