ରାଉରକେଲା : ଉଲ୍ଲୁ, ଅଲ୍ଟ୍ ସହ ୨୫ ଟି ଆପ୍ କୁ ବ୍ୟାନ୍ କଲେ କେନ୍ଦ୍ର ସରକାର।। ଆପ୍ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ଏବଂ ବିଷୟ ବସ୍ତୁ ପ୍ରସାରଣ କରୁଥିବା ଅଭିଯୋଗରେ ବ୍ୟାନ୍।
ରାଉରକେଲା:୨୫/୭(ସତ୍ୟାନ୍ୟୁଜ) ଅଶ୍ଳୀଳ ଭିଡିଓ ପ୍ରସାରଣ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ ଶଟ୍ସ ଭଳି ୨୫ଟି ଓଟିଟି ପ୍ଲାଟଫର୍ମକୁ ଭାରତରେ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ପ୍ଲାଟଫର୍ମ ଗୁଡ଼ିକରେ ଅତ୍ୟନ୍ତ ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ରିଲିଜ କରାଯାଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହି ଭିଡିଓ ଗୁଡିକରେ ନାରୀ ମାନଙ୍କୁ ବିଭିନ୍ନ ପ୍ରକାର ଆପତ୍ତି ଜନକ ଚରିତ୍ର ଭାବେ ଉପସ୍ଥାପନ ସହ ନାଗ୍ନତା ପ୍ରଦର୍ଶନ କରା ଯାଉଥିଲା।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କହିବା କଥା ଯେ ଏହି ସବୁ ପ୍ଲାଟଫର୍ମରେ ନିୟମିତ ଆପତ୍ତିଜନ ଭିଡିଓ ପୋଷ୍ଟ କରାଯାଉଥିଲା। ଏହାକୁ ଅଧିକାରୀମାନେ ସଫ୍ଟ ପର୍ଣ୍ଣ କଣ୍ଟେଣ୍ଟ ଭାବେ ବିବେଚନା କରିଛନ୍ତି। ଏଭଳି ଅଶ୍ଳୀଳ ଭିଡିଓ ପୋଷ୍ଟ କରି କମ୍ପାନୀଗୁଡ଼ିକ ଦେଶରେ ପ୍ରଚଳିତ ଆଇଟି ନିୟମ ଓ ଅନ୍ୟ ପ୍ରଚଳିତ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି। ଏରୋଟିକ ୱେବ ସିରିଜ ନାଁରେ ଆପ୍ସ ଗୁଡ଼ିକରେ ଅଶ୍ଳୀଳ ଭିଡିଓର ପ୍ରଚାର ପ୍ରସାର କରାଯାଉଥିବା ଏକାଧିକ ଅଭିଯୋଗ ମନ୍ତ୍ରଣାଳୟ ପାଖରେ ପହଞ୍ଚି ଥିଲା। ଏହା ଦ୍ବାରା ଯୁବ ଏବଂ କିଶୋର ବର୍ଗ ବେଶୀ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଥିଲା।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନୁଯାୟୀ ଏହି ସବୁ ପ୍ଲାଟଫର୍ମରେ ନିୟମିତ ଭାବେ ଆପତ୍ତିଜନ ଭିଡିଓ ପୋଷ୍ଟ କରାଯାଉଥିଲା। ଏହାକୁ ବିଭାଗ ସଫ୍ଟ ପର୍ଣ୍ଣ କଣ୍ଟେଣ୍ଟ ଭାବେ ବିବେଚନା କରିଛନ୍ତି।
ଆପତ୍ତିଜନକ ଭିଡିଓ ପୋଷ୍ଟ କରି
ଅଶ୍ଳୀଳ ଭିଡିଓ ପ୍ରସାରଣ କରିବା ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ ଶଟ୍ସ ଭଳି ୨୫ଟି ଓଟିଟି ପ୍ଲାଟଫର୍ମକୁ ଭାରତରେ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ପ୍ଲାଟଫର୍ମ ଗୁଡ଼ିକରେ ଅତ୍ୟନ୍ତ ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ରିଲିଜ କରାଯାଉଥିବା ଅଭିଯୋଗ ହେବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କହିବା କଥା ଯେ ଏହି ସବୁ ପ୍ଲାଟଫର୍ମରେ ନିୟମିତ ଆପତ୍ତିଜନ ଭିଡିଓ ପୋଷ୍ଟ କରାଯାଉଥିଲା।
ବାରମ୍ବାର ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ଇଣ୍ଟରନେଟ ସବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ Ullu ଓ ALTT ସମେତ ୨୫ଟି ଓଟିଟି ପ୍ଲାଟଫର୍ମକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ପାଖରେ ବିଶେଷ କରି ନାବାଳକ/ନାବାଳିକାଙ୍କ ପାଖରେ ଯେମିତି ସହଜରେ ପର୍ଣ୍ଣଗ୍ରାଫି ବିଷୟବସ୍ତୁ ପହଞ୍ଚି ନ ପାରିବ, ତା’କୁ ଦୃଷ୍ଟିରେ ସରକାର ଏପରି ପଦକ୍ଷେପ ନେଇଛନ୍ତି।
ବ୍ୟାନ ହୋଇଥିବା ଓଟିଟି ଆପ୍ ଗୁଡ଼ିକ ହେଲା – ALTT , ULLU
Big Shots App , Jalva App ,Wow Entertainment
Look Entertainment , Hitprime , Feneo ,ShowX
Sol Talkies , Kangan App
Bull App , Adda TV
HotX VIP , Desiflix , Boomex , Navarasa Lite
Gulab Appb, Fugi , Mojflix , Hulchul App
MoodX ,NeonX VIP ,
Triflicks
ମନ୍ତ୍ରଣାଳୟ ଏହି ସବୁ ଆପ୍ ଗୁଡ଼ିକ ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟ ୨୦୦୦ର ଧାରା ୬୭ ଓ ୬୭ଏ, ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୪ ଓ ମହିଳାଙ୍କୁ ଆପତ୍ତିଜନକ ଭାବେ ଉପସ୍ଥାପନ କରିବା ନିରୋଧ ଆଇନ ୧୯୬୮ର ଧାରା ୪ ଅନୁସାରେ ବ୍ୟାନ କରିଛନ୍ତି। ଏହି ସବୁ ଧାରାରେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଓ ପ୍ରସାର ଉପରେ ରୋକ ଲଗାଯାଇଛି।
ଏହାପୂର୍ବରୁ ମାର୍ଚ୍ଚ ମାସରେ ସରକାର ୧୯ଟି ୱେବସାଇଟ, ୧୦ଟି ଆପ୍ସ ଓ ୧୮ଟି ଓଟିଟି ପ୍ଲାଟଫର୍ମର ୫୭ଟି ସୋଶାଲ ମିଡିଆ ଆକ୍ଟକୁ ବ୍ୟାନ କରିଥିଲେ। ଏଥିରେ ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ପୋଷ୍ଟ କରାଯାଉଥିଲା।