ସୁନ୍ଦରଗଡ଼ : ପୋଲ ତଳକୁ ଖସି ଓଲଟି ପଡ଼ିଲା କାର।। ଜଣେ ମୃତ , ଦୁଇ ଗୁରୁତର।

0 308

ସୁନ୍ଦରଗଡ଼:୨୫/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା ନିକଟ ବ୍ରିଜ ଉପରୁ ଏକ କାର ଖସି ପଡିଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଆଜି ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ ରେ ଏହି ଦୁର୍ଘଟଣା ଘଟିଛି। କାର ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା। ଖବର ମିଳିବାରୁ ସ୍ଥାନୀୟ ଲୋକେ ଏବଂ ସ୍ଥାନୀୟ ଟୋଲ୍ ପ୍ଲାଜା ର ପେଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇ ଥିଲେ। ଡାକ୍ତର ସେଠାରେ ୩୭ ବର୍ଷୀୟ ଅମିତ୍ ପ୍ରକାଶ ଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ପୋଲ ତଳୁ ଉଠାଇ ତଦନ୍ତ କରୁଛନ୍ତି। କାର ରେ ଥିବା ସମସ୍ତ ଲୋକ ମହାରାଷ୍ଟ୍ର ର ବୋଲି ଜଣା ପଡିଛି।

Leave A Reply

Your email address will not be published.