ରାଉରକେଲା : ବିରମିତ୍ରପୁର ଗୁଳିକାଣ୍ଡ ଘଟଣାରେ ଜଣେ ଅଟକ।। ବାଇକ୍ ଜବତ।। କାର ସିଟ୍ ତଳୁ ଗୁଳି ଜବତ।

0 679

ବରମିତ୍ରପୁର: ୨୪/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ଗତକାଲି ଦିନ ଦ୍ଵିପ୍ରହରେ ଘଟି ଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଜମି କିଣାବିକା ମାମଲା କୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଗୁଳିମାଡ ଘଟଣାରେ ଟାରଗେଟ୍ ଥିବା ରାଉରକେଲାର ଉତ୍ତମ କୁମାର ଘୋଷ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କା ପାଇବାର ଥିଲା। ଉକ୍ତ ବ୍ୟକ୍ତି ତାଙ୍କୁ ହତ୍ୟା ଧକ୍ ଦେଇଥିବା ଉତ୍ତମ ଏଫ୍ ଆଇ ଆର୍ ରେ ଉଲ୍ଲେଖ କରିଛନ୍ତି। ଅନ୍ୟ ପକ୍ଷରେ ଆଜି ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳ ଯାଞ୍ଚ କଲା ବେଳେ କାର ସିଟ୍ ତଳୁ ଗୋଟିଏ ଫୁଟା ଗୁଳି ପାଇଛନ୍ତି। ଦୁବୃର୍ତ୍ତ ମାନେ ଆସିଥିବା ବାଇକ୍ କୁ ପୋଲିସ୍ ଜବତ କରିଛି।
ସୂଚନାଯୋଗ୍ୟଯେ ଗତକାଲି ଦିନ ଗୋଟାଏ ବେଳେ ବାଇକ୍ ରେ ଦୁଇ ଜଣ ଦୁବୃର୍ତ୍ତ ଆସି ଏକ କାର ଉପରେ ଆଖି ବୁଜା ଗୁଳି ଚଳାଇଥିଲେ। ଗୁଳି ମାଡ଼ରେ କାରର କାଚ ଭାଙ୍ଗି ଯାଇଥିବା ବେଳେ ଗାଡ଼ିରେ ଥିବା ରାଉରକେଲାର ଉତ୍ତମ କୁମାର ଘୋଷ ଅଳ୍ପକେ ବର୍ତ୍ତି ଯାଇଥିଲେ।

Leave A Reply

Your email address will not be published.