ରାଉରକେଲା : ସବୁ ସ୍କୁଲ ରେ ଲାଗିବ ସି ସି ଟିଭି କ୍ୟାମେରା।। ଗଠନ ହେବ ଆଇ ସି ସି ।। ଛାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ।
ରାଉରକେଲା:୨୪/୭(ସତ୍ୟାନ୍ୟୁଜ) ଏବେ ସବୁ ସ୍କୁଲ ରେ ଲାଗିବ ସିସିଟିଭି କ୍ୟାମେରା। ଏହା ସହିତ ପ୍ରତି ସ୍କୁଲ୍ ରେ ଇଣ୍ଟରନାଲ୍ କମ୍ପ୍ଲେଣ୍ଟ କମିଟି ଗଠନ କରାଯିବ। ଗତକାଲି ଏବାବଦରେ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ସରକାର ନେଇଛନ୍ତି। ସ୍କୁଲ୍ ର କ୍ଲାସ୍ ରୁମ୍ , କମନ୍ ରୁମ୍ , ଖେଳ ପଡିଆ , ସମ୍ମିଳନୀ କକ୍ଷ ଆଦି ସବୁ ସ୍ଥାନରେ ଲାଗିବ ସି ସି ଟିଭି କ୍ୟାମେରା। ଏହା ଛଡା ସ୍କୁଲ ମାନଙ୍କରେ ଆଇ ସି ସି ଗଠନ ସହ ସେକ୍ସୁଆଲ୍ ହାରାସମେଣ୍ଟ କମିଟି ମଧ୍ୟ ଗଠନ କରା ଯାଉଛି। ଅବଶ୍ୟ କେତେକ ଏ ଗ୍ରେଡ୍ ସ୍କୁଲ୍ ରେ
ସି ସି ଟିଭି କ୍ୟାମେରା ଲାଗିଛି। ରାଉରକେଲା ଉଦିତ ନଗର ହାଇସ୍କୁଲ ରେ ୪୧ ଟି ସି ସି ଟିଭି କ୍ୟାମେରା ଲାଗିଛି। ଏହା ସହ
ଆଇ ସି ସି କମିଟି ଗଠନ କରା ଯାଇଛି ବୋଲି ଉଦିତ ନଗର ହାଇ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି।