ରାଉରକେଲା : ୩୦ ହଜାର କୋଟି ଅର୍ଥ ବିନିମୟରେ ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ପାଇଁ ସବୁଜ ସଂକେତ।। ଏଡିଏମ୍ ଅଫିସ ରେ ଉଚ୍ଚ ସ୍ତରୀୟ ବୈଠକ।
ରାଉରକେଲା:୨୪/୭(ସତ୍ୟାନ୍ୟୁଜ) ୩୦ ହଜାର କୋଟି ଟଙ୍କା ଅର୍ଥ ବିନିମୟରେ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଏବଂ ରାଜ୍ୟ ସରକରଙ୍କ ତରଫରୁ ସବୁଜ ସଙ୍କେତ ମିଳିବା ପରେ ଆଜି ରାଉରକେଲାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଯୁଗ୍ମ ସଚିବ , ଉତ୍ତରାଞ୍ଚଳ ରାଜସ୍ୱ କମିଶନର , ଆରଏସପି ଡାଇରେକ୍ଟର ଇନଚାର୍ଜ , ସୁନ୍ଦରଗଡ଼ ଜିଲ୍ଲାପାଳ , ପଶ୍ଚିମାଞ୍ଚଳ ଡିଆଇଜି , ରାଉରକେଲା ଏବଂ ସୁନ୍ଦରଗଡ଼ ଏସପି , ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।
ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ବହୁ ଲୋକ ବିସ୍ଥାପନ ହେବାର ସମ୍ଭାବନା ଥିବାରୁ ବିସ୍ଥାପିତ ହେବାକୁ ଥିବା ଲୋକ ଏବଂ କେତେକ ବିସ୍ଥାପିତ ନେତାଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ଶାନ୍ତି ଶୃଙ୍ଖଳା ସହ ସମସ୍ତଙ୍କ ସହମତି ରେ କିପରି ସମ୍ପ୍ରସାରଣ କାମ ହେବ ସେ ନେଇ ଆଲୋଚନା ହୋଇଥିଲା। ଏବେ ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ସାଢେ଼ ୪ ମିଲିୟନ ଟନ୍ ଥିବା ବେଳେ ଏହାକୁ ୯ ମିଲିୟନ ଟନ୍ କୁ ଉନ୍ନୀତ କରା ଯାଉଛି। ଏହି ସମ୍ପ୍ରସାରଣ ହେବା ଦ୍ଵାରା ସ୍ଥାଣୁ ଅବସ୍ଥା କୁ ଆସୁଥିବା ରାଉରକେଲା ଚଳଚଞ୍ଚଳ ହେବା ସହ ସହରର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ବୋଲି ମତ ବ୍ୟକ୍ତ କରାଯାଇଛି।