ବଣାଇ : ପୁଣି ଫେରିଲା ଦନ୍ତା।। ଲୋକେ ଆତଙ୍କିତ।। ଧାନ ଫସଲ ନଷ୍ଟ କରୁଛି।। ବନ ବିଭାଗ ସତର୍କ।

0 226

ବଣାଇ : ୨୪/୭(ସତ୍ୟାନ୍ୟୁଜ)
କିଛି ଦିନ ପରେ ବଣାଇ ଅଞ୍ଚଳକୁ ପୁଣି ଫେରିଲା ଦନ୍ତା ହାତୀ। ଦୁଇ ଦିନ ହେଲା ଏହି ହାତୀଟି କୁଳିପୋଷ ରେଞ୍ଜରୁ ନଦୀ ପାର ହୋଇ ବଣାଇ ରେଞ୍ଜର ତଳିତା ନୂଆପାଲି ଦେଇ ଧରଣୀଧର ପାଲି ସେକ୍ସନ ଅଂଚଳ ରେ ବୁଲୁ ଥିବା ଦେଖା ଦେଇଛି। କେତେବେଳେ ରାସ୍ତାରେ ତ ଆଉ କେତେବେଳେ ଧାନ ଜମିରେ ବୁଲି ତଳିଧାନ ନଷ୍ଟ କରୁଛି। ଚାଷ ସମୟରେ ଏହି ହାତୀ ଟି ପ୍ରତି ବର୍ଷ ଆସି ଏ ଅଂଚଳ ରେ ପଡି ଥିବା ତାଳ ଖାଇବା ସହିତ ଚାଷୀ ର ତଳି, ଧାନ ଫସଲ ଖାଈ ନଷ୍ଟ କରୁଛି। ଅନ୍ୟପକ୍ଷରେ ହାତୀ କୁ ଅନ୍ୟତ୍ର ଘଉଡ଼ାଇବାକୁ ଏ ସି ଏଫ୍, ରେଞ୍ଜର, ଏବଂ ବନ କର୍ମଚାରୀ ପ୍ରୟାସ ଜାରି ରଖିଛନ୍ତି। ପୂର୍ବରୁ ଏହି ଦନ୍ତା ବଣାଇ ଅଞ୍ଚଳରେ ଧନ ଜୀବନ ନଷ୍ଟ କରିଥିବାରୁ ଲୋକେ ଆତଙ୍କିତ ଅଛନ୍ତି। ଏବେ ଦନ୍ତା ଧରଣୀଧର ଫରେଷ୍ଟ ସେକ୍ସନ୍ ରେ ରହିଛି।

Leave A Reply

Your email address will not be published.