ରାଉରକେଲା : ବିରମିତ୍ରପୁର ରେ କାର ଉପରକୁ ଦୁର୍ବୃତ୍ତ ଙ୍କ ଗୁଳି ମାଡ।। ଅଳ୍ପକେ ବାର୍ତ୍ତିଲେ ବ୍ୟବସାୟୀ।। ବାଇକ୍ ରେ ଆସି ଦୁଇ ଦୁର୍ବୃତ୍ତ ଗୁଳି ମାଡ କରିଥିଲେ।
ରାଉରକେଲା:୨୩/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ଆଜି ଦିନ ଦ୍ଵିପ୍ରହରେ ଗୁଳିକାଣ୍ଡ ଯୋଗୁଁ ଉକ୍ତ ଅଞ୍ଚଳ ରେ ଆତଙ୍କ ଖେଳି ଯାଇଥିଲା। ଦିନ ଗୋଟାଏ ବେଳେ ବାଇକ୍ ରେ ଦୁଇ ଜଣ ଦୁବୃର୍ତ୍ତ ଆସି ଏକ କାର ଉପ ଆଖି ବୁଜା ଗୁଳି ଚଳାଇଥିଲେ। ଗୁଳି ମାଡ଼ରେ କାର ର କାଚ ଭାଙ୍ଗି ଯାଇଥିବା ବେଳେ ଗାଡ଼ିରେ ଥିବା ରାଉରକେଲାର ଉତ୍ତମ କୁମାର ଘୋଷ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉତ୍ତମ ଜମି ବାଡ଼ି କିଣାବିକା ବ୍ୟବସାୟରେ ସଂଶ୍ଲିଷ୍ଟ ଥିବା ଜଣା ପଡିଛି। ସେ ରାଉରକେଲାର ୨୦ ନମ୍ୱର୍ ସେକ୍ଟର ରେ ରହନ୍ତି। ଆଜି ସେ କୌଣସି ଜମି ରେଜିଷ୍ଟ୍ରି କରିବାକୁ ବିରମିତ୍ରପୁର ତହସିଲ୍ ଆସିଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକ୍ ରେ ଆସି ତାଙ୍କ କାର ଉପରକୁ ଗୁଳି ଚଳାଇଥିଲେ। ସୌଭାଗ୍ୟ ବଶତଃ ଗୁଳି ତାଙ୍କ ଦେହରେ ବାଜି ନଥିଲା। ଗୁଳି ମାଡ଼ରେ କାର ର କାଚ ଭାଙ୍ଗି ଯାଇଥିଲା। ଖବରପାଇ ଘଟଣା ସ୍ଥଳରେ ବିରମିତ୍ରପୁର ଥାନା ପୋଲିସ୍ ପହଞ୍ଚି ତଦନ୍ତ କରୁଛନ୍ତି। ବିଭିନ୍ନ ସ୍ଥାନରେ ବ୍ଲକେଡ୍ କରି ପୋଲିସ୍ ଯାଞ୍ଚ କରୁଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ତାହା ଜଣା ପଡିନାହିଁ।