ବଣାଇ : କାଦୁଅରେ ଭର୍ତ୍ତି ଦଲେଇକଲା ପଞ୍ଚାୟତର ଜିଙ୍କ କଲା ଗ୍ରାମ ରୋଡ।। ପ୍ରତିବାଦରେ ରାସ୍ତାରେ ଧାନ ତଳି ରୋଇଲେ ଲୋକେ।

0 106

ବଣାଇ:୧୪/୭(ସତ୍ୟାନ୍ୟୂଜ୍) ବାରମ୍ବାର ଅଭିଯୋଗ ସ୍ଵତ୍ୱେ ରାସ୍ତାର ଦୂରବସ୍ଥା ଦୂର ହେଉ ନଥିବା ଯୋଗୁଁ ଗ୍ରାମବାସୀ ମାନେ ଭିନ୍ନ ଢଙ୍ଗ ରେ ପ୍ରତିବାଦ ଜଣାଇଛନ୍ତି। କାଦୁଅ ପଚ୍ ପଚ ରାସ୍ତାରେ ଧାନ ତଳି ରୋଇ ଛନ୍ତି ଗ୍ରାମବାସୀ। ରାସ୍ତା ଚାଲିବା ଉପଯୋଗୀ ନଥିବାରୁ ଏପରି ପ୍ରତିବାଦ କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀ ମାନେ ଚପଲ୍ ଓହ୍ଲାହି ସାଇକେଲ କେରିଅର୍ ରେ ବାନ୍ଧି କାଦୁଅ ରାସ୍ତାରେ ଯାଉଛନ୍ତି ସ୍କୁଲ। ଲହୁଣୀପଡ଼ା ବ୍ଲକର ଦଲେଇସରା ଗ୍ରାମ ପଞ୍ଚାୟତର ଜିଙ୍କକଲା ଗ୍ରାମର ତିନି କିଲୋମିଟର ବ୍ୟାପି ରାସ୍ତାର ଦୂରବସ୍ଥା ବହୁଦିନରୁ ଲାଗି ରହିଛି। ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ହେଉ ନାହିଁ। ଯଦି ଖୁବ ଶୀଘ୍ର ଏହି ରାସ୍ତା ସମସ୍ୟାର ସମାଧାନ ନହୁଏ ତେବେ ଦୁଇ ପଞ୍ଚାୟତରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବିରୋଧ କରା ଯିବ ବୋଲି ସରପଞ୍ଚ କହିଛନ୍ତି

Leave A Reply

Your email address will not be published.