ରାଉରକେଲା : ରାଜ୍ୟରେ କଂଗ୍ରେସ ସହ ବାମଦଳର ୧୨ ଘଣ୍ଟିଆ ବନ୍ଦ ଡାକରା।।ଏଫ୍ ଏମ୍ କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ବନ୍ଦ ଡାକରା।

0 290

ରାଉରକେଲା:୧୭/୭(ସତ୍ୟାନ୍ୟୂଜ୍) ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । କଂଗ୍ରେସ ନେତୃତ୍ୱରେ ଏହି ବନ୍ଦକୁ ୮ଟି ରାଜନୀତିକ ଦଳ ସମେତ ବିଭିନ୍ନ କୃଷକ ସଂଗଠନ, ଟ୍ରେଡ ୟୁନିଅନ, ସ୍ୱେଚ୍ଛାସେବୀ ସଂଗଠନ ଆଦି ସମର୍ଥନ କରୁଛନ୍ତି । ରାଜଧାନୀ ଭୁବନେଶ୍ଵର ଠାରୁ ନେଇ ସୁନ୍ଦରଗଡ଼ ପର୍ଯ୍ୟନ୍ତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳୁଛି। ଭୁବନେଶ୍ବରର ରେଳ ଷ୍ଟେସନ ନିକଟରେ ପୋଲିସ୍ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇ ଥିବା ସୂଚନା ମିଳୁଛି। ରାଜ୍ୟର ପ୍ରମୁଖ ଦଳ ବିଜେଡି ମଧ୍ୟ ଏହି ବନ୍ଦକୁ ନୈତିକ ସମର୍ଥନ ଦେଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଥିବା ଏହି ବନ୍ଦ ର ପ୍ରଭାବ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପଡିଛି। ରାଉରକେଲା ବିର୍ସା ମୁଣ୍ଡା ଛକ ଠାରେ କଂଗ୍ରେସ ଏବଂ ବାମ ଦଳର କର୍ମକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ। ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ଉଭୟ ସରକାରୀ-ବେସରକାରୀ ପରିବହନ ସେବା, ଟ୍ରେନ ସେବା, ସରକାରୀ-ବେସରକାରୀ ଅଫିସ୍ , ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ବନ୍ଦ ରହିବାକୁ ଆହ୍ବାନ ଦିଆଯାଇଛି। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାନ ବାହାନ ଚଳାଚଳ ପ୍ରଭାବିତ ହୋଇଛି। ରାଉରକେଲା ଇସ୍ପାତ କାରଖାନାରେ ଉପସ୍ଥାନ ଠିକ୍ ଥିବା କାରଖାନା ସୂତ୍ରରୁ ଜଣ ପଡିଛି। ବଣାଇ ର ରାଜାମୁଣ୍ଡା ଛକ ଠାରେ ଆନ୍ଦୋଳନ କାରୀ ମାନେ ୧୪୩ ଏବଂ ୫୨୦ ନମ୍ବର ଜାତୀୟ ରାଜପଥ ବନ୍ଦ ରଖିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଆତ୍ମାହୁତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.