ରାଉରକେଲା/ବଣାଇ:୧୪/୭ (ସତ୍ୟାନ୍ୟୂଜ୍) ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ବିଭିନ୍ନ ଶୈବ ପୀଠ ତଥା ଶିବାଳୟ ରେ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଛି। ବର୍ଷା ସ୍ଵତେ ମଧ୍ୟ ଶିବ ଭକ୍ତ ମାନେ ମନ୍ଦିରରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଚଢ଼ାଉଛନ୍ତି। ରାଉରକେଲା ବେଦବ୍ୟାସ ଶିବ ମନ୍ଦିର , ଚନ୍ଦ୍ରଶେଖର ମନ୍ଦିର , ବଣାଇ
ବାଣେଶ୍ୱର ମନ୍ଦିରରେ ସକାଳୁ ସକାଳୁ ଶିଵ ଭକ୍ତ ମାନେ ଜଳ ଚଢାଉଛନ୍ତି। ବେଦବ୍ୟାସ ପୀଠର ପବିତ୍ର ବ୍ରାହ୍ମଣୀ ନଦୀରୁ ଜଳ ନେଇ ଦୂର ଦୁରାନ୍ତରୁ ଆସିଥିବା ବହୁ ଭକ୍ତ ରାଜଗାଙ୍ଗପୁର ନିକଟରେ ଥିବା ଘୋଘର ଧାମ ମଧ୍ୟ ଜଳ ଲାଗି ଯାଇଛନ୍ତି। ବେଦବ୍ୟାସରେ ଶ୍ରାବଣ ମେଳା ଲାଗିଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଯିବାକୁ ବାରିକେଡ୍ କରାଯିବା ସହ ନଦୀ ଘାଟରେ ସୁରକ୍ଷା ବ୍ୟବସ୍ଥା କରା ଯାଇଛି। ଫାୟାର ଟିମ୍ ଏବଂ
ଓଡ୍ରାଫ୍ ଟିମ୍ ମୁତୟନ ହେବା ସହ ଦୁଇଟି ଲାଇଫ ବୋଟ୍ ମଧ୍ୟ ରଖା ଯାଇଛି। ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ତଥା ସୁରକ୍ଷା ପାଇଁ ପୋଲିସ୍ ମୁତୟନ କରାଯାଇଛି।
ସେହିପରି ବଣାଇ ବାଣେଶ୍ୱର ମନ୍ଦିରରେ ଗତକାଲି ରାତିରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ରହିଛି। ଶିବଭକ୍ତ ମାନେ ଲମ୍ବା ଧାଡ଼ିରେ ଆସି ଜଳାଭିଷେକ କରୁଛନ୍ତି। ସେଠାରେ ଶ୍ରଦ୍ଧାଳୁ ଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରା ଯାଇଛି।