ରାଉରକେଲା : ପ୍ରବଳ ବର୍ଷା ଯୋଗୁଁ ସହରର ବସ୍ତି ଅଞ୍ଚଳରେ ପଶିଲା ପାଣି।। ଗାନ୍ଧୀ ରୋଡ ବସ୍ତି ଜଳାର୍ଣ୍ଣବ୍।। ଘରେ ଘରେ ପଶିଲା ପାଣି।

0 559

ରାଉରକେଲା:୧୪/୭(ସତ୍ୟାନ୍ୟୂଜ୍) ପ୍ରବଳ ବର୍ଷା ଯୋଗୁଁ ରାଉରକେଲା ର ବିଭିନ୍ନ ଅଞ୍ଚଳ ଜଳାର୍ଣାବ ହୋଇ ପଡିଛି। ଘରେ ଘରେ ପାଣି ପଶି ଯାଇଛି। ସହରର ବସ୍ ଷ୍ଟାଣ୍ଡ ନିକଟରେ ଥିବା ବସ୍ତିରେ ପାଣି ପଶି ଯିବାରୁ ନାହିଁ ନଥିବା କ୍ଷତି ହୋଇଛି। ବସ୍ତି ଭିତରେ ପାଣି ଲହଡ଼ି ମାରୁଥିବା ବେଳେ ଘରେ ଘରେ ପାଣି ପଶି ଯାଇଛି। ଫଳରେ ଅଧିକାଂଶ ଘରର ଆସବାବପତ୍ର ନଷ୍ଟ ହୋଇ ଯାଇଛି। ବାହାରେ ଥିବା ବାଇକ୍ , ସ୍କୁଟି ପାଣିରେ ବୁଡି ରହିଛି। ରବିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଦୁର୍ଗାପୁର ପାହାଡ ଉପରୁ ପ୍ରଖର ଜଳ ସ୍ରୋତ ଆସି ସହର ମଧ୍ୟ ନାଳରେ ପଶୁଛି। ଏବେ ମଧ୍ୟ ବର୍ଷା ଜାରି ରହିଥିବାରୁ ସହରର ବସ୍ତି ଗୁଡିକରେ ପାଣି ବଢିବାର ସମ୍ଭାବନା ରହିଛି।

Leave A Reply

Your email address will not be published.