ରାଉରକେଲା : ବିରମିତ୍ରପୁର ରେ ଲାଇନଚ୍ୟୁତ ମାଲବାହୀ ଟ୍ରେନ୍ ର ଚାଲିଛି ଉଦ୍ଧାର କାର୍ଯ୍ୟ।। ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ।

0 285

ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଉପର ବଜାର ନିକଟରେ ଗତକାଲି ମାଲବାହୀ ଟ୍ରେନ୍ ର ଲାଇନଚ୍ୟୁତ ହୋଇ ଥିବା ୧୧ଟି ବଗିର ଉଦ୍ଧାର କାର୍ଯ୍ୟ ଚାଲିଛି। ବନ୍ଧମୁଣ୍ଡା ଏବଂ ରାଉରକେଲାରୁ ଆସିଥିବା ରେଳବାଇ ବିଭାଗ କର୍ମଚାରୀ ମାନେ ଆଜି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ମାତ୍ର ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ବିଳମ୍ବ ହେଉଛି। ରାଉରକେଲାରୁ ଆସିଥିବା ଦୁଇଟି ଇଞ୍ଜିନ୍ କୁ ଉଦ୍ଧାର କାର୍ଯ୍ୟରେ ଲଗା ଯାଇଛି। ଶନିବାର ଦିନ ବିଶ୍ରା ଷ୍ଟୋନ୍ ଲାଇମ୍ ଲିମିଟେଡ ରୁ ଚୂନ ପଥର ନେଇ ମାଲ ଗାଡ଼ି ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ଯାଇଥବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ୍ ରେ ୫୯ ଟି ବଗି ଥିବା ବେଳେ ୧୧ଟି ବଗି ରେଳ ଧାରଣା ରୁ ବାହାରି ତଳକୁ ଖସି ପଡିଥିଲା।

ବିରମିତ୍ରପୁର ଷ୍ଟେସନ୍ ଠାରୁ ପ୍ରାୟ ୪ କିଲୋମିଟର ଏହି ରେଳ ଲାଇନ୍
ବି ଏସ ଏଲ୍ ମଧ୍ୟକୁ ଯାଇଛି। ବଗି ଲାଇନଚ୍ୟୁତ ହେବାର ସଠିକ୍ କାରଣ ଜଣାପଡ଼ି ନାହିଁ। ତେବେ ଏହି ଲାଇନ୍ ର ଉଚିତ୍ ରକ୍ଷଣା ବେକ୍ଷଣ ଅଭାବରୁ ଯୋଗୁ ଏହି ଅଘଟଣ ହୋଇଥିବା କୁହା ଯାଉଛି। ଲଗାଣ ବର୍ଷା ଯୋଗୁଁ ମାଟି ଧସି ଯାଇ ଏହି ଦୁର୍ଘଟଣା ହୋଇ ପାରେ ବୋଲି ଅନ୍ୟ କେତେକ ମତ ପ୍ରକାଶ କରୁଛନ୍ତି। ରେଳ ଧାରଣାର ଉଭୟ ପାର୍ଶ୍ଵରେ ଦୋକାନ ବଜାର ରହି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି।

Leave A Reply

Your email address will not be published.