ରାଉରକେଲା : ବ୍ରାହ୍ମଣୀ ନଦୀ ଉପରେ ଖୁବ୍ ଶୀଘ୍ର ନିର୍ମାଣ ହେବ କାଚ ପୋଲ।। ଦୃତ ଗତିରେ ଚାଲିଛି ବେଦବ୍ୟାସ ଧାମ ର ଉନ୍ନତି କରଣ।

0 497

ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ରାଉରକେଲା ନିକଟରେ ରହିଛି ପ୍ରସିଦ୍ଧ ଶୈବ୍ୟ ପୀଠ ବେଦବ୍ୟାସ
ଧାମ୍। ଶଙ୍ଖ , କୋଏଲ ନଦୀ ଏବଂ ଗୁପ୍ତ ସରସ୍ଵତୀ ଝରଣାର ମିଳନ ସ୍ଥଳୀ ରୁ ଉତ୍ପତ୍ତି ବ୍ରାହ୍ମଣୀ ନଦୀ କୂଳରେ ଏହା ଅବସ୍ଥିତ। ଏହି ସ୍ଥାନକୁ ତ୍ରିବେଣୀ ମଧ୍ୟ କୁହା ଯାଏ। ଏଠାରେ ରହିଛି ଦେଵ ଦେବ ମହାଦେବଙ୍କ ମନ୍ଦିର ସହ ବିଷ୍ଣୁ ଏବଂ ଅନ୍ୟ ବହୁ ମନ୍ଦିର। ବ୍ୟାସ ମୁନି ଏହି ସ୍ଥାନରେ ବସି ତପସ୍ୟା କରିଥିବା କୁହାଯାଏ। ଏହାଛଡା ବ୍ୟାସଦେବ ଏଠାରେ ଥିବା ଗୁମ୍ଫାରେ ବସି ମହାଭାରତ ଏବଂ ବେଦ ରଚନା କରିଥିବାରୁ ଏହି ସ୍ଥାନର ନାମ ବେଦବ୍ୟାସ ରଖା ଯାଇଥିବା ଉଲ୍ଲେଖ ରହିଛି। ବିଭିନ୍ନ ପର୍ବ ପର୍ବାଣୀରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେଉଥିବା ବେଳେ ସାଧାରଣ ଦିନରେ ମଧ୍ୟ ଭକ୍ତ ମାନେ ଆସିଥାନ୍ତି। ଶିବରାତ୍ରି ରେ ଏଠାରେ ପ୍ରବଳ ଭିଡ ହୁଏ। ୧୫ ଦିନ ଧରି ଆକର୍ଷଣୀୟ ମେଳା ମଧ୍ୟ ଲାଗି ଥାଏ। ଏଠାରେ ବର୍ଷ ସାରା ଭକ୍ତଙ୍କ ସମାଗମ ହେଉଥିବାରୁ ପର୍ଯ୍ୟଟନ ବିଭାଗ ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଏହାର ଉନ୍ନତି କରଣ କାମ ଆରମ୍ଭ କରିଛନ୍ତି। ନୂତନ ମନ୍ଦିର ନିର୍ମାଣ ହେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବ୍ରାହ୍ମଣୀ ନଦୀ କୂଳରେ ୱାଚ୍ ଟାୱାର ନିର୍ମାଣ କରା ଯାଉଛି। ବ୍ରାହ୍ମଣୀ ନଦୀ ଉପରେ ଏକ ଝୁଲା ପୋଲ ର ଯୋଜନା ମଧ୍ୟ ରହିଥିବା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହି ପୋଲ କାଚ ରେ ନିର୍ମାଣ କରାଯିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏବେ ଶ୍ରାବଣ ମାସ ଥିବାରୁ ଶିବ ଭକ୍ତ ମାନଙ୍କ ଭିଡ ପରିଲକ୍ଷିତ ହେଉଛି।

Leave A Reply

Your email address will not be published.