ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ରାଉରକେଲା କୋଏଲ ନଗରରୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ କୌଣସି ଛାତ୍ରଛାତ୍ରୀ ବିଶେଷ ଭାବେ ଆହତ ହୋଇ ନଥିବା ବେଳେ ଭ୍ୟାନ୍ ର ଡ୍ରାଇଭର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ୭ ନମ୍ୱର୍ ସେକ୍ଟର ରୁ ୧୫ ନମ୍ୱର୍ ସେକ୍ଟର ମଧ୍ୟ ରିଙ୍ଗ ରୋଡ ରେ ଘଟିଛି। କୋଏଲନଗର ରୁ କୋଚିଙ୍ଗ କ୍ଲାସ୍ ରୁ ପିଲା ମାନଙ୍କୁ ନେଇ ଯାଉଥିବା ବେଳେ ଶନିବାର ଅପରାହ୍ନରେ ଭ୍ୟାନ ଟି ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଡ଼୍ରାଇଭରଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ପିଲା ମାନଙ୍କୁ ଅଭିଭାବକ ମାନଙ୍କ ଜିମା ଦିଆ ଯାଇଛି। ଏକ ଟ୍ୟାଙ୍କର କୁ ଧକ୍କା ଦେବା ପରେ ଭ୍ୟାନ ଟି
ଡିଭାଇଡର୍ ଉପରେ ଚଢ଼ି ଯାଇଥିଲା।