ରାଉରକେଲା : ଚୋରି ସୁନା ଗହଣା କିଣିବା ଅଭିଯୋଗରେ ଅଳଙ୍କାର ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ।। ଲକ୍ଷାଧିକ ଟଙ୍କାର ସୁନା , ରୂପା ଗହଣା ଜବତ।
ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ଚୋରା ସୁନା ଗହଣା କିଣିବା ଅଭିଯୋଗରେ ପୋଲିସ ଜଣେ ଅଳଙ୍କାର ବ୍ୟବସାୟୀଙ୍କୁ ଗିରଫ କରିଛି। ପେଶାଦାର ଚୋରଙ୍କ ଠାରୁ କମ୍ ମୂଲ୍ୟରେ ଦାମୀ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଦୟାନନ୍ଦ ନଗର ବିଶ୍ଵକର୍ମା ବିହାର ର ଅମନ୍ ପ୍ରସାଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ନିକଟରୁ ୨ଟି ସୁନା ଚେନ୍ , ଏକ ହଳ ସୁନା ଚୁଡ଼ି , ରୂପା ପାଉଁଜି , ରୂପା ଚେନ୍ ଆଦି ଜବତ କରା ଯାଇଛି। ଘର ମାଲିକ ଡ୍ୟୁଟି ରେ ଯାଇଥିବା ବେଳେ ୬ ନମ୍ୱର୍ ସେକ୍ଟର ର ଏକ କ୍ୱାର୍ଟରରୁ ଚୋର ମାନେ ଏହି ଗହଣା ଚୋରି କରି ନେଇଥିଲେ। ତେବେ ଗତ ୮ ଜୁଲାଇ ରେ ୧୯ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଚୋରି ମାମଲାରେ ଭିକି ଯାଦବ ଏବଂ ସୌଭାଗ୍ୟ ନାୟକ ଙ୍କୁ ଗିରଫ କରିଥିଲେ। ପଚରା ଉଚୁରା ପରେ ଉଭୟ ଚୋର ୬ ନମ୍ୱର୍ ସେକ୍ଟର କ୍ୱାର୍ଟର ରୁ ଚୋରି କରିଥିବା ସ୍ବୀକାର କରିଥିଲେ। ଏହି ବୟାନ କୁ ଆଧାର କରି ପୋଲିସ୍ ଅମନ୍ ପ୍ରସାଦ ଙ୍କୁ ଗିରଫ କରିଥିଲେ। ଅମନ୍ ବାପାଙ୍କ ପାନପୋଷ ଅଞ୍ଚଳରେ ଏକ ସୁନା ଦୋକାନ ଅଛି।