ବାଲେଶ୍ଵର : ଏଫ୍ ଏମ୍ କଲେଜ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ।। କଲେଜ୍ ସାମ୍ନା ରେ ଦେହରେ ନିଆଁ ଲଗାଇ ଦେଲେ।। ଅଧ୍ୟାପକଙ୍କ ଦ୍ଵାରା ଅସଦାଚରଣ ଅଭିଯୋଗ ହୋଇଥିଲା

0 226

ବାଲେଶ୍ଵର:୧୨/୭(ସତ୍ୟାନ୍ୟୂଜ୍) ବାଲେଶ୍ବର ଫକୀରମୋହନ କଲେଜରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। କଲେଜର ଜଣେ ଛାତ୍ରୀ କଲେଜ ଗେଟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ କୁ ନିଆ ଯାଇଥିଲା। ପରେ ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା କୁହା ଯାଉଛି। ଛାତ୍ରୀ ଜଣଙ୍କୁ ବିଭାଗର ମୁଖ୍ୟ ସମୀର ସାହୁ ଦୁର୍ବ୍ୟବହାର କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ନ୍ୟାୟ ଦାବି କରୁଥିଲେ ଛାତ୍ରୀ। ଏ ବାବଦରେ ଛାତ୍ରୀ ଜଣଙ୍କ କଲେଜ୍ ଅଧ୍ୟକ୍ଷଙ୍କୁ ଜଣାଇବା ସହ ଥାନାରେ ଏତେଲା ଦେଇଥିଲେ। ଆଜି କଲେଜରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ ଏବଂ ପ୍ରିନ୍ସିପଲ୍ ଙ୍କୁ ଦେଖା କରିଥିଲେ। ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ପରେ ଅବସ୍ଥା ଗୁରତର ହେବାରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରା ଯାଇଛି। ଛାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଦୁଇ ଛାତ୍ର ଆହତ ହୋଇଛନ୍ତି। ଅସଦାଚରଣ କରିଥିବା ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କୁ ପୋଲିସ୍ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

Leave A Reply

Your email address will not be published.