ରାଉରକେଲା : ରାଉରକେଲା ପୋଲିସର ସ୍ମାର୍ଟ ଇ-ବିଟ୍ ପେଟ୍ରୋଲିଂ ପ୍ରକଳ୍ପ ଆରମ୍ଭ।। ୧୨ ଟି ଥାନାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ କଭର୍ କରିବ।

0 332

ରାଉରକେଲା:୧୨/୭(ସତ୍ୟାନ୍ୟୂଜ୍) ଜନସାଧାରଣଙ୍କ ସୁରକ୍ଷା ତଥା ସହରାଞ୍ଚଳ ପୋଲିସର ଆଧୁନୀକରଣ ବ୍ୟବସ୍ଥା ବୃଦ୍ଧି ଲକ୍ଷ୍ୟରେ ଆଜି ରାଉରକେଲା ପୋଲିସ ‘ ସ୍ମାର୍ଟ ଇ – ବିଟ୍ ପେଟ୍ରୋଲିଂ ‘ ପ୍ରକଳ୍ପ ଆରମ୍ଭ କରିଛି। ଭବିଷ୍ୟତରେ ଏହା ଏକ ସ୍ମାର୍ଟ , ଦକ୍ଷ ଏବଂ ଦାୟିତ୍ଵପୂର୍ଣ ପୋଲିସ୍ ବ୍ୟବସ୍ଥା ଭାବେ ପ୍ରମାଣିତ ହେବା ନେଇ ଆଶା ପ୍ରକାଶ ପାଇଛି। ଏହି ବ୍ୟବସ୍ଥାର ଶୁଭାରମ୍ଭ ଆଜି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସପି ନୀତେଶ ୱାଧୱାନି କରିଛନ୍ତି। ସହରର ୧୨ଟି ପୋଲିସ୍ ଷ୍ଟେସନ ଅଧୀନରେ ଥିବା ଧାର୍ମିକ ସ୍ଥଳ , ଏଟିଏମ୍, ପାର୍କ , ବଜାର ଏବଂ ବରିଷ୍ଠ ନାଗରିକଙ୍କ ଘର ସମେତ ୧୦୦ ଟି ବିଟ୍ ର ୬୦୦ ରୁ ଉର୍ଦ୍ଧ୍ବ ସମ୍ବେଦନଶୀଳ ସ୍ଥାନକୁ ଏହି
ପେଟ୍ରୋଲିଂ ବ୍ୟବସ୍ଥା କଭର୍ କରିବ। ପ୍ରତ୍ୟେକ ବିଟ୍ ସ୍ଥାନର ଜିଓ ମ୍ୟାପ୍ ହୋଇଛି। ବିଟ୍ ଅଧିକାରୀ ମାନଙ୍କ ଦ୍ଵାରା ବ୍ୟବହୃତ ଏକ ମୋବାଇଲ
ଆପ୍ ମାଧ୍ୟମରେ ଲଗ୍ଇନ୍ କରା ଯାଇଛି। ଏହା ଦ୍ବାରା ଲାଇଭ୍ ଟ୍ରାକିଂ ଏବଂ ମନିଟରିଂ ହୋଇ ପାରିବ। ସ୍ମାର୍ଟ ଇ – ବିଟ୍ ପେଟ୍ରୋଲିଂ ବ୍ୟବସ୍ଥା ରାଉରକେଲା ପୋଲିସର ଡିଜିଟାଲ୍ ରୂପାନ୍ତର ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ପରିଗଣିତ ହେଉଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କମିଟି ତଥା ବଜାର କମିଟିର ସଦସ୍ୟ , ବରିଷ୍ଠ ପୋଲିସ ଅଧିକାରୀ , ବିଭିନ୍ନ ଅଂଶୀଦାରଙ୍କ ପ୍ରତିନିଧି ଏବଂ ଏହି ପ୍ରକଳ୍ପର ସହଯୋଗୀ ମାନେ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୨୦ଟି ପେଟ୍ରୋଲିଂ ବାଇକ୍ ସାମିଲ କରାଯାଇଛି।

Leave A Reply

Your email address will not be published.