ବଣାଇ : ଟାଙ୍କିରେ ନାହିଁ ତେଲ।। ଚାଲି ପାରୁ ନାହିଁ ପାୱାର ଟିଲର୍।।ଚାଷ କାମ ପ୍ରଭାବିତ।

0 199

ବଣାଇ : ୧୨/୭(ସତ୍ୟାନ୍ୟୂଜ୍) ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ତେଲ ଟ୍ୟାଙ୍କର ଆସୁ ପାରୁନି। ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ସେବା ପ୍ରଭାବିତ ହୋଇଥିବା ବେଳେ ଚାଷୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ବଣାଇ ର ବିଭିନ୍ନ ଟାଙ୍କିରେ ଡିଜେଲ ନାହିଁ। ପେଟ୍ରୋଲ ଯାହାବି ଅଛି ଆଜି ସରିଯିବ। ଏପଟେ ନୋ ଷ୍ଟକ୍ ବୋର୍ଡ ମାରି ସାରିଲେଣି ଅଂଧିକାଂଶ ଟାଙ୍କି । ଏଥର ବଣାଇ ଅଞ୍ଚଳରେ ଭଲ ବର୍ଷା ହୋଇ ଥିବାରୁ ଚାଷ କାର୍ଯ୍ୟ ଚାଲୁ ଥିବା ବେଳେ ତେଲର ଅଭବ ଯୋଗୁ ପାୱାର ଟିଲର୍ ଚାଲି ପାରୁ ନାହିଁ। ତଳି ଏବଂ ଜମି ପ୍ରସ୍ତୁତ ଥିବା ବେଳେ ଡିଜେଲ ନଆସିଲେ ଚାଷ ହେବା ନେଇ ଚିନ୍ତାରେ ଅଛନ୍ତି ଚାଷୀ। ଡିଜେଲ ସରିଯାଇଛି ଏବଂ ପେଟ୍ରୋଲ ଆଜି ସରିଯିବ ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ କହିଛନ୍ତି।

Leave A Reply

Your email address will not be published.