ରାଉରକେଲା : ତିନିଦିନ ପରେ ରାଉରକେଲାରୁ ବସ୍ ସେବା ଆରମ୍ଭ।। ପେଟ୍ରୋଲ ସଙ୍କଟ ଦୂର ହୋଇଥିବା ବେଳେ ରନ୍ଧନ ଗ୍ୟାସ୍ ସଙ୍କଟ ଜାରି।
ରାଉରକେଲା:୧୧/୭(ସତ୍ୟାନ୍ୟୂଜ୍) ବିଭିନ୍ନ ଦାବି ନେଇ ଡ୍ରାଇଭର ସଂଘର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଆନ୍ଦୋଳନର ପ୍ରଭାବରେ ୩ ଦିନ ହେଲା ରାଉରକେଲାରେ ଲାଗି ରହିଥିବା ପରିବହନ ସମସ୍ୟା କେତେକାଂଶ ରେ ଦୂର ହୋଇଛି। ତିନି ଦିନ ହେଲା ବନ୍ଦ ଥିବା ବସ୍ ସେବା ଆଜି ଆରମ୍ଭ ହୋଇ ଥିବାରୁ ଯାତ୍ରୀ ମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ରାଉରକେଲାରୁ ଜିଲ୍ଲା ତଥା ଆଖପାଖ ଜିଲ୍ଲାକୁ ସକାଳୁ ବସ୍ ଚଳାଚଳ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଦୂରଗାମୀ ବସ୍ ଚଳାଚଳ ଆଜି ରାତି ସୁଦ୍ଧା ହେବାର ସମ୍ଭାବନା ରହିଛି। ଗତକାଲି ରାତିରେ ମଧ୍ୟ କେତେକ ଦୂରଗାମୀ ବସ୍ ଚଳାଚଳ କରିଥିଲା। ଆଜି ଝାରସୁଗୁଡା ରୁ ତେଲ ଟ୍ୟାଙ୍କର ପହଞ୍ଚିବା ପରେ ପେଟ୍ରୋଲ , ଡିଜେଲ ସମସ୍ୟା ମଧ୍ୟ ଦୂର ହୋଇଛି। କିନ୍ତୁ ରନ୍ଧନ ଗ୍ୟାସ୍ ସମସ୍ୟା ବଳବତ୍ତର ରହିଛି। ସହରରେ ଥିବା ବିଭିନ୍ନ କମ୍ପାନୀର ୧୦ ଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟରଙ୍କ ମଧ୍ୟରୁ ୪ଟି କେନ୍ଦ୍ର ଚାଲି ଥିବା ବେଳେ ଅନ୍ୟ ୬ଟିରେ ଗ୍ୟାସ୍ ଯୋଗାଣ ବନ୍ଦ ରହିଛି। ରନ୍ଧନ ଗ୍ୟାସ୍ ଟ୍ୟାଙ୍କର ଆସି ପାରୁ ନଥିବାରୁ ଏପରି ସ୍ଥିତି ଉପୁଜିଥିବା ଜଣା ପଡିଛି।