ରାଉରକେଲା : ହୋମଗାର୍ଡ ଚାକିରି ପାଇଁ ବେ ଟେକ୍ , ଏମ୍ ବି ଏ , ଡିପ୍ଲୋମା କାଣ୍ଡିଡେଟ୍ ଲାଇନ୍ ରେ।। ସୂଚାଇ ଦେଉଛି ଉଚ୍ଚ ଶିକ୍ଷିତଙ୍କ ମଧ୍ୟରେ ନିରାଶ ଏବଂ ବେକାରୀ ସମସ୍ୟା।
ରାଉରକେଲା:୧୧/୭(ସତ୍ୟାନ୍ୟୂଜ୍) ରାଉରକେଲା ପୋଲିସ ଜିଲ୍ଲାରେ ହୋମ୍ ଗାର୍ଡ ରେ ଚାକିରୀ ପାଇଁ ପୋଷ୍ଟ ଅଛି ୧୦୭। ଜୁନ୍ ୯ ରେ ପରୀକ୍ଷା ଦେଇଥିଲେ ୯ ହଜାର। ଶିକ୍ଷାଗତ ଯୋଗ୍ୟତା ସାଧାରଣ ଗୃହରକ୍ଷୀ ପାଇଁ ପଞ୍ଚମ ପାସ୍ ହୋଇଥିବା ବେଳେ ଉଚ୍ଚ ଶିକ୍ଷିତ ମାନେ ପରୀକ୍ଷାରେ ଭାଗ ନେଇଥିଲେ। ଶର୍ଟ ଲିଷ୍ଟ ପରେ ଆଜି ଥିଲା ଫିଜିକାଲ୍ ଟେଷ୍ଟ। ଏଥିପାଇଁ ଭୋର୍ ୪ଟା ରୁ ରିଜର୍ଭ ପୋଲିସ୍ ଲାଇନ୍ ପଡ଼ିଆରେ ଆଶାୟୀ ମାନଙ୍କ ଲମ୍ବା ଧାଡ଼ି ଲାଗିଥିଲା। ଆଶାୟୀଙ୍କ ମଧ୍ୟରେ ବି ଟେକ୍ , ଏମ୍ ବି ଏ , ଡିପ୍ଲୋମା କରିଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଥିଲେ। ଦରମା ମିଳିବ ଦିନକୁ ୬୧୨ ଟଙ୍କା। ଏହା ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ନିରାଶ ଭାବ ଏବଂ ବେକାରୀ ସମସ୍ୟା ସୂଚାଇ ଦେଉଛି। ସାଧାରଣ ଗୃହରକ୍ଷୀ ଛଡ଼ା କମ୍ପ୍ୟୁଟର , ଡ୍ରାଇଭର ଏବଂ ରୋଷେୟା ପୋଷ୍ଟ ପାଇଁ ମଧ୍ୟ ପରୀକ୍ଷା ହେଉଛି। ଭିନ୍ନ ଭିନ୍ନ ପୋଷ୍ଟ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି। କିନ୍ତୁ ହୋମଗାର୍ଡ ପୋଷ୍ଟ ପାଇଁ ଏତେ ଶିକ୍ଷିତ ଯୁବକ ଆଶାୟୀ ହେବା ଦେଶ ତଥା ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ବାବଦରେ ସୂଚାଇ ଦେଉଛି।