ରାଉରକେଲା : ସହରରେ ରନ୍ଧନ ଗ୍ୟାସ୍ ର ଅଭାବ ଦେଖା ଗଲାଣି।। ପ୍ରତି ଦିନ ଆବଶ୍ୟକ ୩ ହଜାର ସିଲିଣ୍ଡର୍। ଡ଼୍ରାଇଭରଙ୍କ ଆନ୍ଦୋଳନ ୪ର୍ଥ ଦିନରେ ।
ରାଉରକେଲା:୧୧/୭(ସତ୍ୟାନ୍ୟୂଜ୍) ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଅଭାବ ପରିଲକ୍ଷିତ ହେଲାଣି। ଗତକାଲି ଠାରୁ ରାଉରକେଲା ସହରରେ ପେଟ୍ରୋଲ ଏବଂ ଡିଜେଲ ର ଅଭାବ ଦେଖା ଦେଇଥିବା ବେଳେ ଏବେ ରନ୍ଧନ ଗ୍ୟାସ୍ ଯୋଗାଣ ଉପରେ ପ୍ରଭାବ ପକାଇଛି। ବିଭିନ୍ନ କମ୍ପାନୀର ୧୦ ଟି ରନ୍ଧନ ଗ୍ୟାସ୍ ଆଉଟଲେଟ୍ ସହରରେ ଅଛି। ଏହି ସେଣ୍ଟର୍ ଗୁଡିକରୁ ପ୍ରତିଦିନ ପ୍ରାୟ ୩ ହଜାର ଗ୍ୟାସ୍ ସିଲିଣ୍ଡର ଗ୍ରାହକଙ୍କୁ ଯୋଗାଇ ଦିଆ ଯାଇଥାଏ। ଏଥି ପାଇଁ ପ୍ରତିଦିନ ସହରକୁ ଗ୍ୟାସ୍ ବୋଝେଇ ଗାଡ଼ି ଆସିଥାଏ। ମାତ୍ର ଡ଼୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରନ୍ଧନ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଛି। ଆନ୍ଦୋଳନର ଦୂତିୟ ଦିନ ବୁଧବାର ଗ୍ୟାସ୍ ସଙ୍କଟ ଦେଖା ଦେଇଥିଲା। ଗୁରୁବାର ଯେଉଁ ଡିଷ୍ଟ୍ରିବ୍ୟୁଟରଙ୍କ ଗାଡ଼ି ଅଛି ସେମାନେ କୌଣସି ପ୍ରକାରେ ଗ୍ୟାସ୍ ଆଣି ଚଳାଇ ଦେଲେ। ଆଜି ପୁଣି ରନ୍ଧନ ଗ୍ୟାସ୍ ଅଭାବ ଦେଖା ଯିବାର ସମ୍ଭାବନା ରହିଛି। ପେଟ୍ରୋଲ , ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଯୋଗାଣ ପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆ ଯାଉଛି।