ରାଉରକେଲା : ବିଭିନ୍ନ ସମସ୍ୟା ବାବଦରେ ଡି ଆର୍ ଏମ୍ ଙ୍କ ସହ ଆଲୋଚନା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।। ଷ୍ଟେସନ ଉନ୍ନତି କରଣ ପାଇଁ ୯୦ କୋଟିର ବଜେଟ।

0 361

ରାଉରକେଲା:୧୦/୭(ସତ୍ୟାନ୍ୟୂଜ୍) ରାଉରକେଲା ରେଲୱେ ଷ୍ଟେସନର ଉନ୍ନତିକରଣ , ବନ୍ଧମୁଣ୍ଡା ଅଞ୍ଚଳର ସମସ୍ୟା ତଥା ରେଲୱେ କଲୋନୀରେ ପାଣି ପଶିବା ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହି ସବୁ ଅଞ୍ଚଳ ରେଳ ବିଭାଗ ଅଧିନରେ ଆସୁଛି। ତେଣୁ ଏ ବାବଦରେ ଶ୍ରୀ ରାୟ ଆଜି ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ର ଡି ଆର୍ ଏମ୍ ଙ୍କ ସହ ଆଲୋଚନା କରିଛନ୍ତି। ଡି ଆର୍ ଏମ୍ ତରୁଣ ହୁରିଆ ଙ୍କ ରାଉରକେଲା ଗସ୍ତ ଅବସରରେ ଶ୍ରୀ ରାୟ ତାଙ୍କ ସହ ଷ୍ଟେସନ ରେ ଆଲୋଚନା କରିଥିଲେ। ବିଶେଷ କରି ରେଲୱେ କଲୋନୀରେ ବିଭିନ୍ନ ଅଞ୍ଚଳରେ ଡ୍ରେନ୍ ଜାମ୍ ହୋଇଥିବା ଯୋଗୁ ଲୋକଙ୍କ ଘର ଭିତରେ ବର୍ଷା ଜଳ ପଶି ଯାଉଛି। ଏହି ସମସ୍ୟାର ସମାଧାନ ଲାଗି ଆଲୋଚନା ହୋଇଥିଲା। ଏହା ଛଡା ରାଉରକେଲା ଷ୍ଟେସନ ଏରିଆରେ ଅପରିଷ୍କାର ପରିବେଶ ଥିବାରୁ ଏହାର ନିରାକରଣ ଲାଗି
ଡି ଆର୍ ଏମ୍ ଙ୍କୁ ଶ୍ରୀ ରାୟ କହିଥିଲେ। ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ରେଲୱେ କଲୋନୀରେ ଥିବା ଡ୍ରେନ ସମସ୍ୟାର ସମାଧାନ କରାଯିବ ବୋଲି
ଡି ଆର୍ ଏମ୍ କହିଛନ୍ତି।

Leave A Reply

Your email address will not be published.