ରାଉରକେଲା : ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ।। ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ।

0 213

ରାଉରକେଲା:୧୦/୭(ସତ୍ୟାନ୍ୟୂଜ୍)
ଆଜି ଗୁରୁ ପୂର୍ଣ୍ଣିମା। ରାଉରକେଲା ସହରର ବିଭିନ୍ନ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହା ଛଡା ସହରର ବିଭିନ୍ନ ଗୁରୁଦ୍ୱାରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ହନୁମାନ ବାଟିକା ସାଇ ମନ୍ଦିର ଏବଂ ବେଦବ୍ୟାସ
ଟିସିଆଇ ଛକ ନିକଟରେ ଥିବା ଶିରିଡ଼ି ସାଇବାବା ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଥିଲା। ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ ଏବଂ ବଣ୍ଟନର ଆୟୋଜନ କରା ଯାଇଥିଲା। ଗୁରୁ ପୂର୍ଣ୍ଣିମାରେ ସାଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା

Leave A Reply

Your email address will not be published.