ରାଉରକେଲା : ଚର୍ଚ୍ଚରେ ପଶି ଡକାୟତି କରିବା ଗ୍ୟାଙ୍ଗର ୮ ସଦସ୍ୟ ଗିରଫ।। ଓଡ଼ିଶା ଏଵଂ ଝାଡ଼ଖଣ୍ଡ ପୋଲିସ୍ ର ବଡ ସଫଳତା।

0 322

ରାଉରକେଲା : ୩/୭(ସତ୍ୟାନ୍ୟୂଜ୍) ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୋଲିସକୁ ମିଳିଛି ବଡ଼ ସଫଳତା। ଚର୍ଚ୍ଚ ରେ ପଶି ଫାଦର୍ ଏବଂ ଅନ୍ତେବାସୀଙ୍କ ସହ ମାରପିଟ୍ କରି ଡକାୟତି କରିବା ଗ୍ୟାଙ୍ଗ ର ୮ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଓଡ଼ିଶା ପୋଲିସ ର ସହାୟତାରେ ଝାଡ଼ଖଣ୍ଡର ସିମଡେଗା ପୋଲିସ୍ ଏହି ଗିରଫ ଦାରୀ କରିଛି। ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ହାତିବାରି ଅଞ୍ଚଳର ୨ ଜଣ ଅଭିଯୁକ୍ତ ଥିବା ବେଳେ କୁଚିଣ୍ଡା ର ଜଣେ ଅଭିଯୁକ୍ତ ରହିଛି। ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ପକ୍ଷରୁ ଓଡ଼ିଶା ଏବଂ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଏହି ଗ୍ୟାଙ୍ଗ ର ସଦସ୍ୟ ମାନେ ଗତ ବର୍ଷ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ଚର୍ଚ୍ଚ ରେ ଭୀଷଣ ଡକାୟତି କରିଥିଲେ। ଫାଦର୍ ଏବଂ ଅନ୍ୟମାନଙ୍କ ହାତ ଗୋଡ ବାନ୍ଧି ମାଡ଼ ମାରିବା ସହ ନଗଦ ଟଙ୍କା ଲୁଟି ନେଇଥିଲେ। ଓଡ଼ିଶାର ଅନ୍ୟ କେତେକ ଚର୍ଚ୍ଚ ରେ ମଧ୍ୟ ଡକାୟତି କରିଥିବା ପୋଲିସ କହିଛି। ଗତ ଜୁନ୍ ୯ ତାରିଖ ରାତିରେ ଏହି ଗ୍ୟାଙ୍ଗ ସଦସ୍ୟ ମାନେ ଝାଡ଼ଖଣ୍ଡର ବୋଲବା ଥାନା ଅଞ୍ଚଳରେ ଥିବା ଏକ ଚର୍ଚ୍ଚ ରେ ଡକାୟତି କରି ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଗ୍ୟାଙ୍ଗ ର ଅନ୍ୟ ସଦସ୍ୟ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସିମଡେଗା ଏସପି କହିଛନ୍ତି।

Leave A Reply

Your email address will not be published.