ରାଉରକେଲା : ବଣାଇ ଉପଖଣ୍ଡରେ ଲାଗି ରହିଛି ଲଗାଣ ବର୍ଷା ବିତ୍ପାତ।। ଗୁରୁଣ୍ଡିଆ ରେ ଭାଙ୍ଗିଲା ଲୋକଙ୍କ ଘର।

0 335

ବଣାଇ : ୩/୭(ସତ୍ୟାନ୍ୟୂଜ୍)
ସୁନ୍ଦରଗଡ଼ ଜିଲ୍ଲାରେ ୪ ଦିନହେଲା ଲଘୁଚାପ ଜନିତ ବର୍ଷା ବିତ୍ପାତ ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ରାସ୍ତା , ବ୍ରିଜ ଆଜି ଧୋଇ ହୋଇ ଯାଇଥିବା ବେଳେ ଭୁଷ୍କଳନ ଯୋଗୁଁ ରାସ୍ତାରେ ଯାତାୟତରେ ମଧ୍ୟ ବାଧା ଉପୁଜୁଛି। ବିଶେଷ କରି ବଣାଇ ଉପଖଣ୍ଡରେ ବିଶେଷ ଭାବେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଗୁରୁଣ୍ଡିଆ ବ୍ଲକ ର ଜାଲେଇ ଏବଂ ଗୁରୁଣ୍ଡିଆ ଗ୍ରାମରେ କେତେକ ଘର ସଂପୂର୍ଣ୍ଣ ଭାଙ୍ଗି ଥିବା ବେଳେ ଉକ୍ତ ଅଞ୍ଚଳରେ ଥିବା ନାଳ ରେ ପାଣି ଆସି ଯାଇ ଥିବାରୁ କୌଣସି ସରକାରୀ ସୁବିଧା
ପହଞ୍ଚିବାରେ ଅସୁବିଧା ସୃଷ୍ଟି ହେଉଛି। ପ୍ରଭାବିତ ଲୋକଙ୍କୁ ପଲିଥିନ୍ ଆଦି ଦିଆଯାଇଥିବା ନେଇ ଗୁରୁଣ୍ଡିଆ ତହସିଲଦାର କହିଛନ୍ତି। ସର୍ଭେ ପରେ ଅନ୍ୟାନ୍ୟ ସୁବିଧା ଦିଆ ଯିବା ନେଇ କୁହାଯାଇଛି। ଅନ୍ୟ ପକ୍ଷରେ ଗୁରୁଣ୍ଡିଆ ସମେତ ବଣାଇ, ଲହୁଣୀପଡା ବ୍ଲକ୍ ରେ ଅନେକ ତଳିଆ ଅଞ୍ଚଳରେ ଖପର ଘର ଭାଙ୍ଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.