ରାଉରକେଲା : ବେଆଇନ୍ ଖଣି ଖନନ ବେଳେ ମାଟି ଅତଡା ଖସି ଚାପି ହୋଇ ୩ ମୃତ।। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳର ଘଟଣା।

0 265

ଯୋଡ଼ା :୨/୭(ସତ୍ୟାନ୍ୟୂଜ୍) ବେଆଇନ୍ ଖଣି ଖନନ ବେଳେ ଭୁଷ୍କଳନ ହେବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି। ଛଅ ଘଣ୍ଟା ପରେ ମାଟି ତଳେ ଚାପି ହୋଇ ରହିଥିବା ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ମାନେ ହେଲେ ସନ୍ଦୀପ ପୂର୍ତ୍ତି , ଗୁରୁ ଚମ୍ପିଆ ଏବଂ
କାଣ୍ଢେ ମୁଣ୍ଡା। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଦଲ ପାହାଡ଼ ଅଞ୍ଚଳରେ। ଏହି ତିନି ଜଣ ପାହାଡ ନିକଟରେ ବେଆଇନ୍ ମାଙ୍ଗାନିଜ୍ ଖଣି ଖନନ କରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କ ଉପରେ ଏକ ବଡ଼ ମାଟି ଅତଡା ଖସି ପଡିଥିଲା। ଫଳରେ ସମସ୍ତେ ମାଟି ତଳେ ଚାପି ହୋଇ ଯାଇଥିଲେ। ଛଅ ଘଣ୍ଟା ପରିଶ୍ରମ କରିବା ପରେ ଆଜି ଉଦ୍ଧାରକାରୀ ଦଳ ୩ ଜଣଙ୍କ ମୃତଦେହ ମାଟି ତଳୁ ବାହାର କରିଛନ୍ତି। ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଏହି ଅଘଟଣ ହୋଇଥିବାରୁ ଜଙ୍ଗଲ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ପରିପ୍ରେକ୍ଷୀରେ ବନ୍ଦ ପଡ଼ି ରହିଥିବା ଖଣିରେ ମାଙ୍ଗାନିଜ ଖୋଳା ଯାଉଥିଲା ତାର ତଦନ୍ତ ଚାଲିଛି।

Leave A Reply

Your email address will not be published.