ବଣାଇ : ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ବ୍ରାହ୍ମଣୀ।। ଲଗାଣ ବର୍ଷା ଯୋଗୁଁ ଜମିରେ ଆଣ୍ଠୁଏ ପାଣି।। ବନ୍ୟା ଚିନ୍ତାରେ ଗ୍ରାମବାସୀ।

0 458

ବଣାଇ : ୧/୭(ସତ୍ୟାନ୍ୟୂଜ୍)
ତିନି ଦିନ ହେଲା ଲଘୁଚାପ ବର୍ଷା ଯୋଗୁ ଏବେ ଲୋକଙ୍କ ଅବସ୍ଥା ବେହାଲ୍ । ଉପର ମୁଣ୍ଡରେ ବର୍ଷା ଲାଗି ରହି ଥିବାରୁ ବ୍ରାହ୍ମଣୀ ନଦୀ ଏବେ ଫୁଲୁଛି। ଏପରି ବର୍ଷା ଲାଗି ରହିଲେ ନଦୀ କୂଳ ନିକଟରେ ଥିବା ଗ୍ରାମ ଗୁଡ଼ିକ ନିଶ୍ଚିତ ଭାବେ ବନ୍ୟାରେ ପ୍ରଭାବିତ ହେବେ।
ଟାଙ୍କଯୋଡ଼ା, ଲଲେଇ,
ଜକେଇକଲା, ଜାଙ୍ଗଳା, ସିଆଜର ସହିତ ଅନେକ ଗାଁପ୍ରତି ଏବେ ବିପଦ ରହିଛି ନଦୀ ଫୁଲୁ ଥିବା ଦେଖି ବନ୍ୟା ଆଶଙ୍କାରେ ରହିଛନ୍ତି ଗ୍ରାମବାସୀ। ଲଗାଣ ବର୍ଷା ଯୋଗୁ ତଳିତା, ଜଙ୍ଗଳା, ମହୁଲଡିହା ସହ ଅନେକ ଗ୍ରାମରେ ଚାଷୀ ପକାଇ ଥିବା ତଳି, ରୋଇ ଥିବା ଧାନ ଏବେ ପାଣିରେ। ଜମିରେ ଆଣ୍ଠୁଏ ପାଣି। ଅନେକ ରୁଆ ଧାନ ଏବେ ହିଡ଼ କଡରେ ଭାସୁଛି। ସରକାର ଯଦି ବିହନ ଯୋଗାଇ ନ ଦିଅନ୍ତି ତାହେଲେ ଚାଷୀ ମାନେ ହଇରାଣ ହେବା ନେଇ କହିଛନ୍ତି। ଅନ୍ୟ ପଟେ ଗୁରୁଣ୍ଡିଆ ବ୍ଲକର ମଧୁପୁର, ତେରେନ ମେରେନ ର ଦୁଇଟି ନାଳ ଉପରେ ପାଣି ଚାଲୁ ଥିବାରୁ ଯାତାୟତ ରେ ବାଧା ଉପୁଜିଛି।

Leave A Reply

Your email address will not be published.