ବଣାଇ : ୧/୭(ସତ୍ୟାନ୍ୟୂଜ୍) ବର୍ଷା ଦିନ ପ୍ରାରମ୍ଭରୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ବୁଲା କୁକୁରଙ୍କ ଆତଙ୍କ ବଢ଼ି ଯାଇଛି। ବୁଲା କୁକରଙ୍କ କାମୁଡ଼ାର ଶିକାର ସମେୟ ସମୟେ ଲୋକମାନେ ହେଉଛନ୍ତି। ଆଜି ବଣାଇ ଉପଖଣ୍ଡର ମହୁଲପଦା ଥାନା ଧୋକାମୁଣ୍ଡା ଗ୍ରାମ ଅଞ୍ଚଳରେ ବୁଲା କୁକୁର କାମୁଡି ଦେବାରୁ ବାପ ପୁଅଙ୍କ ସମେତ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କୁକୁରଟି ଅତି ହିଂସ୍ର ହୋଇ ତିନି ଜଣଙ୍କୁ କାମୁଡି ମାଂସ ବାହାର କରି ନେଇଛି। ତେଣୁ ଏହି କୁକୁର ଟି ପାଗଳ ହୋଇ ଯାଇଥିବା ଅନୁମାନ କରାଯାଇଛି। ତିନି ଜଣ ଗୁରୁତରଙ୍କ ମଧ୍ୟରୁ ଗୋଟିଏ ପରିବାରର ବାପ ପୁଅ ଅଛନ୍ତି । ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯିବା ପରେ ସରକାରୀ ହସ୍ପିଟାଲ୍ ରେ ସେମାନଙ୍କ ଚିକିତ୍ସା ଚାଲିଛି।