ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲ୍ ଦୁର୍ନୀତିର ଭିଜିଲାନସ୍ ତଦନ୍ତ ଦାବି।। ଭିଜିଲାନ୍ସ ଏସପି ଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ମଣ୍ଡଳ।

0 371

ରାଉରକେଲା:୩୦/୬(ସତ୍ୟାନ୍ୟୂଜ୍) ରାଉରକେଲା ସରକାରୀ ହସ୍ପିଟାଲ୍ ର ବିଭିନ୍ନ ବିଭାଗରେ ହୋଇଥିବା ଦୁର୍ନୀତି ର ଭିଜିଲାନସ୍ ତଦନ୍ତ ଦାବି କରିଛି କଂଗ୍ରେସ। ଆଜି ରାଉରକେଲା କଂଗ୍ରେସ ର ଏକ ଟିମ୍ ଦୁର୍ନୀତି ନିବାରଣ ବିଭାଗ ଏସପି ଙ୍କୁ ସାକ୍ଷାତ କରି ଆର୍ ଜି ଏଚ୍ ରେ ହୋଇ ଥିବା ଦୁର୍ନୀତି ର ତଦନ୍ତ କରିବାକୁ ନିବେଦନ କରିଥିଲେ।
ଡି ଏମ୍ ଏଫ୍ ଫଣ୍ଡ ରୁ ଦିଆ ଯାଇଥିବା ଅର୍ଥରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରିଛି କଂଗ୍ରେସ। ଏହାଛଡା ଦୁର୍ନୀତି ର ତଦନ୍ତ ରିପୋର୍ଟ ଆସିଥିଲେ ମଧ୍ୟ କୌଣସି ଆଶାନୁରୂପ କାର୍ଯ୍ୟନୁଷ୍ଠାନ ହୋଇ ନଥିବା ଅଭିଯୋଗ ହୋଇଛି। ହସ୍ପିଟାଲ୍ ର ବିଭିନ୍ନ ସାମଗ୍ରୀ କିଣା ରେ ଦୁର୍ନୀତି , ସଫେଇ ତଥା laundry ସେବା ରେ ଅର୍ଥ ହରିଲୁଟ ର ତଦନ୍ତ ରିପୋର୍ଟ ଆସି ସରିଥିବା ବେଳେ କାର୍ଯ୍ୟନୁଷ୍ଠାନ ହେଉ ନାହିଁ। ତେଣୁ ଏସବୁର ଭିଜିଲାନ୍ସ ତଦନ୍ତ ଦାବି କରିଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରେସ ର ଏହି ପ୍ରତିନିଧି ଦଳରେ ବରିଷ୍ଠ କଂଗ୍ରେସ ନେତା ବିରେନ୍ଦ୍ର ନାଥ ପଟ୍ଟନାୟକ , ବାଦଲ ଶ୍ରୀଚନ୍ଦନ , ରଶ୍ମି ପାଢ଼ୀ , ଉମେଶ ଶରଣ , ଗୋପାଳ ଦାସ , କୀର୍ତ୍ତନ ଦାସ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.