ପାଣିରେପଡ଼ିଲା୩୦ଟନ୍_ଚାଉଳ
ବଣାଇ : ୩୦/୬(ସତ୍ୟାନ୍ୟୂଜ୍) ବଣାଇ ଥାନାର ବରାମୂଷା ନିକଟରେ ଥିବା ସରକାରୀ ଚାଉଳ ଗୋଦାମକୁ ଗମଲେଇ ନିକଟରେ ଥିବା ଏକ ରାଇସ ମିଲ୍ ରୁ ପ୍ରାୟ ୩୦ ଟନ୍ ଚାଉଳ ଧରି ଏକ ଟ୍ରକ ଆସୁ ଥିବା ବେଳେ ପାଣ୍ଡିରୀଶିଳା ନିକଟରେ ଏକ ବ୍ରିଜ୍ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ସବୁ ଚାଉଳ ପାଣି ରେ ପଡି ଯାଇଥିଲା। ପରେ ଚାଉଳ ବସ୍ତା କୁ ପାଣିରୁ ବାହାର କରି ଅନ୍ୟ ଏକ ଟ୍ରକ୍ ମାଧ୍ୟମରେ ସ୍ଥାନାନ୍ତରିତ କରା ଯାଇଥିଲା। ଉକ୍ତ ସ୍ଥାନରେ ଏକ ନୂତନ ବ୍ରିଜ୍ ହେଉ ଥିବା ବେଳେ ଆପ୍ରୋଚ୍ ରୋଡ ଦେଇ ଗାଡ଼ି ଯାଉଥିବା ବେଳେ ରାସ୍ତା ଦବି ଯାଇ ଟ୍ରକ ଓଲଟି ପଡି ଥିଲା।