ବଣାଇ : ବଣାଇ ଥାନା ଅଞ୍ଚଳରେ ସର୍ପାଘାତ ପୁଣି ଦୁଇ ମୃତ।। ଦୁଇ ଦିନରେ ତିନି ଜଣ ସାପ କାମୁଡ଼ାରେ ମୃତ।

0 638

ବଣାଇ : ୩୦/୬(ସତ୍ୟାନ୍ୟୂଜ୍) ବଣାଇ ଅଞ୍ଚଳ ରେ ସର୍ପାଘାତରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି କେ ବଳଙ୍ଗ ଥାନା ଅଞ୍ଚଳର ନୂଆ ତନ୍ତରା ଗ୍ରାମରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ଆଜି ବଣାଇ ଥାନା ଅଞ୍ଚଳରେ ଜଣେ ନାବାଳିକା ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ସାପ କାମୁଡ଼ାରେ କଟୁରିଧୁଆ ଗ୍ରାମର ୧୨ ବର୍ଷୀୟା ନାବାଳିକା ଓ ନରେନ୍ଦ୍ର ଗ୍ରାମର ୪୫ ବର୍ଷୀୟ ପୁରୁଷ ଅଜିତ ଓରାମଙ୍କ ମୃତ୍ୟୁ ହୋଇଛି । ନାବାଳିକା ଜଣକ ଘରେ ଶୋଇ ଥିବା ବେଳେ ସର୍ପାଘାତର ଶିକାର ହୋଇଥିବା ବେଳେ ଅଜିତ ଲଘୁ ସଂଖ୍ୟା ପାଇଁ ବାହାର କୁ ଆସିଥିବା ବେଳେ ସାପ କାମୁଡି ଦେଇଥିଲା। ଉଭୟଙ୍କୁ ଡାକ୍ତରଖାନା ଅଣାଯାଇଥିବା ବେଳେ ଭୋରୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା। ବର୍ଷା ଦିନ ହୋଇ ଥିବାରୁ ବଣ ପାହାଡ ଘେରା ବଣାଇ ଉପଖଣ୍ଡରେ ଏବେ ସର୍ପାଘାତ ଘଟଣା ବୃଦ୍ଧି ପାଇଛି। ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦିଆ ଯାଇଛି।

Leave A Reply

Your email address will not be published.