ବଣାଇ : ଅଟୋ – କାର ମୁହାଁମୁହିଁ ଧକ୍କା।। ପଛରେ ପିଟି ହେଲା ବାଇକ୍।। ୧୨ ଆହତ।। ଆହତଙ୍କୁ ରାଉରକେଲା ସ୍ଥାନାନ୍ତର।

0 1,760

ବଣାଇ : ୨୯/୬(ସାତ୍ୟାନ୍ୟୂଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟରେ ସିରିଜ୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ମହିଳା , ଦୁଇ ଶିଶୁ ଏବଂ ୪ ଜଣ ପୁରୁଷ ଅଛନ୍ତି। ଆହତ ମାନେ ଏକ ଅଟୋ ରେ ଲହୁଣୀପଡ଼ା ସାପ୍ତାହିକ ହାଟ ରୁ କପଣ୍ଡ ଗାଁ କୁ ଫେରୁଥିବା ବେଳେ ଏକ କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ପଛରେ ଆସୁଥିବା ଏକ ବାଇକ୍ ମଧ୍ୟ କାର ସହ ପିଟି ହୋଇ ଯାଇଥିଲା। ଫଳରେ ଲୋକ ମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏବଂ ପୋଲିସ୍ ସଙ୍ଗେ ସଙ୍ଗେ ଆହତ ମାନଙ୍କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ନହେବାରୁ ଅଧିକ ଚିକିତ୍ସା ଲାଗି ଆହତଙ୍କୁ ରାଉରକେଲା ପଠା ଯାଇଛି।

Leave A Reply

Your email address will not be published.