ବଣାଇ : ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ।। କେ ବଳଙ୍ଗ ଥାନା ଅଞ୍ଚଳର ଘଟଣା।

0 434

ବଣାଇ : ୨୯/୬(ସତ୍ୟାନ୍ୟୂଜ) ବଣାଇଁ ଉପଖଣ୍ଡ କେବଲାଙ୍ଗ ଥାନା ଅନ୍ତର୍ଗତ ନୁଆ ତନ୍ତରା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଗତ ରାତିରେ ନୁଆ ତନ୍ତରା ଗ୍ରାମର ଶୁକଦେବ ନାଏକ ଘରେ ଖାଇସାରି ଶୋଇ ଥିଲେ। ପରେ ବିଲମ୍ବିତ ରାତ୍ରିରେ ଘରୁ ବାହାରକୁ ଶୌଚ କରିବା ପାଇଁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ଶୁକଦେବଙ୍କ ପିଠି ପଟେ କାମୁଡି ଦେଇଥିଲା। ସେ ଘରେ ଆସି ତାଙ୍କର ଧର୍ମପତ୍ନୀ ମିନା ନାଏକଙ୍କୁ ଜଣାଇବା ପରେ ତୁରନ୍ତ ତାଙ୍କୁ ପ୍ରଥମେ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଗୁରୁତର ହେବାରୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏବେ ବର୍ଷା ଦିନ ଥିବାରୁ ଜିଲ୍ଲାରେ ସାପ କାମୁଡ଼ା ଘଟଣାରେ ବୃଦ୍ଧି ପାଇଛି।

Leave A Reply

Your email address will not be published.