ବିରମିତ୍ରପୁର:୨୮/୬(ସତ୍ୟାନ୍ୟୁଜ) ବିରମିତ୍ରପୁର ରେ ଜଣେ ୭୦ ବର୍ଷ ର ବ୍ୟବସାୟୀ ରୋଶୋନ ଅଗ୍ରୱାଲଙ୍କ ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘର ନିକଟସ୍ଥ ଏକ କୂଅରୁ ଉଦ୍ଧାର କରା ଯାଇଛି। ବିରମିତ୍ରପୁର ପୋଷ୍ଟ ଅଫିସ୍ ନିକଟ ରେ ଥିବା କୂଅ ରୁ ଆଜି ସକାଳେ ସ୍ଥାନୀୟ ଲୋକେ ପାଣି ଆଣିବାକୁ ଯାଇଥିବା ବେଳେ ମୃତ ଦେହ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପୋଲିସ୍ ଏବଂ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛନ୍ତି। ଗତକାଲି ରାତି ଦଶଟା ରେ ରୋଶନ ଘରକୁ ନଆସିବାରୁ ପରିବାର ଲୋକେ ତାଙ୍କୁ ଖୋଜୁ ଥିବା ବେଳେ ଆଜି ସକାଳୁ ମୃତ ଦେହ କୂଅ ରୁ ଉଦ୍ଧାର କରାଯାଇଛି। ଏହା ଏକ ଦୁର୍ଘଟଣା ନାଁ ମୃତ୍ୟୁ ର ଅନ୍ୟ କିଛି କାରଣ ଅଛି ତାର ତଦନ୍ତ ପୋଲିସ୍ କରୁଛି। ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣା ପଡ଼ିବ। ଏହି ଘଟଣାରେ ରୋଶନ ଅଗ୍ରୱାଲଙ୍କ ପରିବାର ରେ ଶୋକର ଛାୟା ଖେଳି ଯାଇଛି।