ରାଉରକେଲା : ବ୍ରାହ୍ମଣୀ ବ୍ରିଜ ଉପରୁ ନଦୀକୁ ପଡ଼ି ଯାଇଥିବା ଝିଅକୁ ଉଦ୍ଧାର କଲେ ଦୁଇ ଯୁବକ।। ଯୁବକଙ୍କ ସାହସିକତାକୁ ସବୁ ସ୍ତରରେ ପ୍ରଶଂସା।
ରାଉରକେଲା:୨୯/୬(ସତ୍ୟାନ୍ୟୂଜ) ଏବେ ବେଦବ୍ୟାସ ଏବଂ ପାନପୋଷ ଅଞ୍ଚଳରେ ଦୁଇ ଜଣ ଯୁବକଙ୍କ ସାହସିକତା ଏବଂ ମାନବିକତା ଚର୍ଚ୍ଚାର ବିଷୟ ହୋଇଛି। ଏହି ଦୁଇ ଯୁବକ ରାଜେଶ ସେଠୀ ଏବଂ ଗୌତମ ବେହେରା ଭରା ବ୍ରାହ୍ମଣୀ ନଦୀରେ ବ୍ରିଜ ଉପରୁ ଡେଇଁ ପଡି ଥିବା ଜଣେ ଝିଅ କୁ ଉଦ୍ଧାର କରିଥିଲେ। ଘଟଣା ଘଟି ଥିଲା ରଥଯାତ୍ରା ଦିନ ରାତି ୯ଟାରେ। ପାନପୋଷ ବ୍ରାହ୍ମଣୀ ବ୍ରିଜ ଉପରେ ଜଣେ କମ୍ ବୟସର ଝିଅ ଦୌଡି ଦୌଡ଼ି ବ୍ରିଜ ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ହଠାତ ଝିଅ ଟି ନଦୀକୁ ଡେଇଁ ପଡି ଥିଲା। ଏହି ସମୟରେ ବ୍ରିଜ୍ ଉପରେ ସ୍କୁଟର ରେ ଯାଉଥିବା ଦୁଇ ଯୁବକ ରାଜେଶ ଏବଂ ଗୌତମ ଏହା ଦେଖି ପାରି ଥିଲେ। ସଙ୍ଗେ ସଙ୍ଗେ ଉଭୟ
ୟୁ ଟର୍ନ ନେଇ ହନୁମାନ ମନ୍ଦିର ରାସ୍ତାରେ ନଦୀ କୂଳରେ ପହଞ୍ଚି ଝିଅଟି ଭାସି ଯାଉଥିବା ଦେଖି ଥିଲେ। ସଙ୍ଗେ ସଙ୍ଗେ ରାଜେଶ୍ ନଦୀକୁ ଡେ଼ଇଁ ଯୁବତୀଙ୍କୁ ବଞ୍ଚାଇ କୂଳକୁ ଆଣି ଥିଲେ। ପରେ ତାଙ୍କୁ ହସ୍ପିଟାଲ୍ ପଠା ଯାଇଥିଲା।